ଦାୟିତ୍ୱ
ଦାୟିତ୍ୱ
ପିଲା ଠାରୁ ବୁଢାପା ଯାଏଁ ସମସ୍ତେ
ବାନ୍ଧି ହୋଇଛେ ଦାୟିତ୍ୱରେ
କିଏ ସଫଳ ଭାବେ କରିପାରେ
ଆଉ କିଏ ନକରି ରହେ ମନଦୁଃଖରେ॥
ଯିଏ ଭାବେ ଏ ଜୀବନ କେବଳ ଦାୟିତ୍ୱ
ତାକୁ କିଛି ବାଧାବିଘ୍ନ ଡରାଇପାରେନି
ଯିଏ ଭାବେ ଇଏ କି ଦାୟିତ୍ୱ ଭରା ଜୀବନ
ଫୁଲକୁ ବି ହାତେ ସ୍ପର୍ଶ କରିପାରେନି।
ଜୀବନଟା ଆମେ ଗଢି ରୂପ ଦେଇନେ
ତଥାପି ରୂପପାଇଁ ପ୍ରତିବେଳରେ ବିକଳ
ଯିଏ ରୂପସୌନ୍ଦର୍ଯ୍ଯ ପରେ ବି ଅନ୍ୟକୁ ବୁଝେ
ତା ପାଇଁ ପ୍ରଭୂ ଆସନ ବି ହେବ ଟଳମଳ॥
ଦୁଇଦିନିଆ ଜୀବନରେ ଏତେ ସବୁ ଲୋଭ
ଆମେ କାହିଁକି ବାନ୍ଧି ରଖିବା କୁହତ ?
ସରଳ ସୁନ୍ଦର ଜୀବନକୁ ଉପଭୋଗ କରି
ଖୁସି ରହି ପାରିଲେ ହିଁ ହେବା ଭାଗ୍ୟବନ୍ତ॥