Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational Others Children

3  

Bharatabandhu Biswal

Inspirational Others Children

ଚିତ୍ତବୃତ୍ତି

ଚିତ୍ତବୃତ୍ତି

1 min
163



ଦଳ ଓ ସଙ୍ଗତୁ ଚିହ୍ନିହୁଏ ପକ୍ଷୀ

ସହଜରେ କୁହାଯାଏ

ଚିହ୍ନିବା ମଣିଷ କଷ୍ଟକର କିନ୍ତୁ

ବଡ଼ ବହୁରୂପୀ ସିଏ ।


ଅତି ସୁମଧୁର ଭାଷିଣ ବଚନ

ପେଟରେ କୂଟ କପଟ

ଭରି ରଖିଥାଏ ହି°ସା ଅହଙ୍କାର

ଦୁଷ୍ଟକୁ ଚିହ୍ନିବା କଷ୍ଟ ।


ଦେଖି ବେଶଭୂଷା ସରୁ ତିଳକକୁ

ପଣ୍ଡିତ ଜ୍ଞାନୀ ପ୍ରବର

ଭାବିଦେବା ସତ୍ୟ ନୁହଁଇ ସର୍ବଦା

ପରୀକ୍ଷା ନିରୀକ୍ଷା ଭଲ ।


ମିଳେ ପରିଚୟ ଦେଖି ଗୁଣବତ୍ତା

ଫଳାଫଳ ବ୍ୟବହାର

ଉତ୍ତମ ସଙ୍ଗତ କରନ୍ତି ସଜ୍ଜନ

ବିଚାରେ ରଖି ସ°ସ୍କାର ।


ସାଧୁ ସେବା ସଙ୍ଗେ ସୁଲଭ ହୁଅଇ

ପରମାର୍ଥ ଗତି ମୁକ୍ତି

ଚଳନ୍ତି ସୁପଥେ ସୁପାତ୍ର ନିଶ୍ଚିତେ

ଧୀର ରଖି ଚିତ୍ତବୃତ୍ତି ।


Rate this content
Log in

Similar oriya poem from Inspirational