STORYMIRROR

DILIP KUMAR SAHOO

Inspirational

3  

DILIP KUMAR SAHOO

Inspirational

ଛୁଆଁ ରୋଗବୋଲି ଛନକା ପସୁଛି

ଛୁଆଁ ରୋଗବୋଲି ଛନକା ପସୁଛି

1 min
84


ଜଣାପଡେନାହିଁ ସଂକ୍ରମଣ ଯୋଗୁ

କିଏସେ ଅସୁସ୍ଥ କିଏ ବା ସୁସ୍ଥ

କରୋଣା କବଳୁ ମୁକତି ପାଇଁକି

ସତର୍କ ରହିବା ଗୋଟିଏ ସତ୍ୟ..


କିଏସେ ଆଣିଛି କେଉଁଠୁ ଆଣିଛି

ବୁଝିବାକୁ ଆଉ ନାହିଁରେ ବେଳ

ସଚେତନ ହେଲେ ସଜାଗ ରହିଲେ

କରୋଣା ହେବନି ଆମକୁ କାଳ

ଛୁଆଁ ରୋଗବୋଲି ଛନକା ପସୁଛି

ଦୂରେଇ ରହିଲେ ବିପଦ ମୁକ୍ତ 

ସତର୍କ ରହିବା ଗୋଟିଏ ସତ୍ୟ.....


ଅତି ଆବଶ୍ୟକ ନାହିଁ ଯଦି ଭାଇ

ବାହାରକୁ ଜମା ଯାଅନି କେହି

ଯଦି ବାହାରୁଛ ଗହଳ ଚହଳ 

କର ନାହିଁ ଜମା କେଉଁଠି କାହିଁ 

ପଦାରୁ ଆସିଲେ ଘର ଭିତରକୁ,

ସାବୁନରେ ସଫା କରିବ ହାତ

ସତର୍କ ରହିବା ଗୋଟିଏ ସତ୍ୟ...।

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational