ଛୁଆଁ ରୋଗବୋଲି ଛନକା ପସୁଛି
ଛୁଆଁ ରୋଗବୋଲି ଛନକା ପସୁଛି


ଜଣାପଡେନାହିଁ ସଂକ୍ରମଣ ଯୋଗୁ
କିଏସେ ଅସୁସ୍ଥ କିଏ ବା ସୁସ୍ଥ
କରୋଣା କବଳୁ ମୁକତି ପାଇଁକି
ସତର୍କ ରହିବା ଗୋଟିଏ ସତ୍ୟ..
କିଏସେ ଆଣିଛି କେଉଁଠୁ ଆଣିଛି
ବୁଝିବାକୁ ଆଉ ନାହିଁରେ ବେଳ
ସଚେତନ ହେଲେ ସଜାଗ ରହିଲେ
କରୋଣା ହେବନି ଆମକୁ କାଳ
ଛୁଆଁ ରୋଗବୋଲି ଛନକା ପସୁଛି
ଦୂରେଇ ରହିଲେ ବିପଦ ମୁକ୍ତ
ସତର୍କ ରହିବା ଗୋଟିଏ ସତ୍ୟ.....
ଅତି ଆବଶ୍ୟକ ନାହିଁ ଯଦି ଭାଇ
ବାହାରକୁ ଜମା ଯାଅନି କେହି
ଯଦି ବାହାରୁଛ ଗହଳ ଚହଳ
କର ନାହିଁ ଜମା କେଉଁଠି କାହିଁ
ପଦାରୁ ଆସିଲେ ଘର ଭିତରକୁ,
ସାବୁନରେ ସଫା କରିବ ହାତ
ସତର୍କ ରହିବା ଗୋଟିଏ ସତ୍ୟ...।