ଛନ୍ଦ
ଛନ୍ଦ
ଛନ୍ଦ ଜୀବନର ତୋଳେ ମନ୍ଦଗତି
ଭରିଦିଏ ଦୁଃଖ ଶୋକ
ଏ ମଣିଷ ସବୁ ଜାଣିଶୁଣି ପୁଣି
ମାଗଇ ସେ ଛନ୍ଦ ଭିକ
ନବୁଝି ଜୀବନଯାକ
ଲୋଭ ମୋହେ ଭ୍ରମି ଆନ ତଣ୍ଟି
କାଟେ ଭୁଲି ସେ ପଥ ଆଲୋକ ।
ଆନେ ଦେଇ କଷ୍ଟ ନିଜେ ସିନା
ହସେ ସେ ହସ କି ପଥେ ସଖା
ନିରର୍ଥକ ହୁଏ ଜନମ ଜୀବନ
ଖୁସିର ନ ମିଳେ ଦେଖା
ଜଳଇ ଜୀବନ ଶିଖା
ନିଜ ଅରଜିଲା କର୍ମ ତା' ବୃକ୍ଷରେ
ମେଲି ଦିଏ କେତେ ଶାଖା ।
ଯାହାର ଜୀବନ ଏ ଛନ୍ଦ ବିହୀନ
ଜୀବନ ବୀଣାଟି ତା'ର
ତୋଳୁଥାଏ ସଦା ମଧୁର ରାଗିଣୀ
ପୁଲକି ନିଜ ଅନ୍ତର
ଛୁଟଇ ପ୍ରୀତି ଜୁଆର
ଛୁଇଁ ଛୁଇଁ ଯାଏ ଅପରର
ହୃଦ ମଧୁ ଛନ୍ଦେ ନିରନ୍ତର ।