ବର୍ଷା
ବର୍ଷା
ହେ ବର୍ଷା !
ତୁମର ପ୍ରତ୍ୟେକ ବୁନ୍ଦାରେ ଲୁଚିଛି ଅକୁହା ଭାବପ୍ରବଣତାର ଅଭିସାର
ତୁମ ମୂର୍ଚ୍ଛନାର ରାଗିଣୀରେ ଯେମିତି ପ୍ରକମ୍ପିତ ହୁଏ ପ୍ରାଣ ବସୁଧାର
ତୁମରି ସ୍ପର୍ଶକୁ ଆଲିଙ୍ଗନର ଅଭିପ୍ସାରେ ଯେମିତି ପ୍ରମତ୍ତ ପାଲଟେ ପ୍ରତିକ୍ଷଣ
ଚାତକର ପ୍ରତୀକ୍ଷାକୁ ଆଖିରେ ମାଖି ମନର ଅଜଣା ଗଳିରେ କରୁଥାଏ ଭ୍ରମଣ
ବୈଶାଖର ରୌଦ୍ର ତାପର ଯନ୍ତ୍ରଣା ଅନ୍ତରେ ତୁମ ବାଞ୍ଛିତ ଦୃଶ୍ୟ ବାରମ୍ବାର ଉଙ୍କିମାରେ
ତୁମ ଆବିର୍ଭାବ ପାଇଁ ତାତିରେ ଅତିଷ୍ଠ ବସୁଧା ପ୍ରତି ମୁହୂର୍ତ୍ତରେ ଝୁରି ମରେ
ମୋ ହୃଦୟ ଅନ୍ତରେ ଯେବେ ବିଷାଦର ଯନ୍ତ୍ରଣା ଚିତ୍କାର କରେ
ବାତାୟନ ପାଖେ ତୁମର ଝର ଝର ନାଦ ଜେମିତି ତନୁମନେ ଆନନ୍ଦ ଜାତ କରେ
ଆକାଶରୁ ବସୁଧାକୁ ଗମନ ଯେମିତି ତୁମପାଇଁ ପୃଥିବୀର ଅଭିନନ୍ଦନ
ତୁମେତ ଅବର୍ଣ୍ଣନୀୟ ଏବଂ ଦୁଷ୍କର ଅଟେ ତୁମ ସୌନ୍ଦର୍ଯ୍ୟର ଉପାଖ୍ୟାନ |