STORYMIRROR

Amarendra Chaudhuri Ojha

Fantasy

3  

Amarendra Chaudhuri Ojha

Fantasy

ବର୍ଷା ଗୋ ତୁମେ

ବର୍ଷା ଗୋ ତୁମେ

1 min
13.3K


ତୁମ ଆସିବାର ଖବର ପାଇ

 

କଳାମେଘି ଶାଢ଼ୀ ପିନ୍ଧି ଆକାଶରେ ଖେଳେ ଚପଳା

 

ଡିଡିମ୍ବ ପିଟି ଯେମିତି ଜଣେଇ ଦେଉଛି ମୋତେ

 

ତୁମେ ଆସୁଛ।

 

ମୟୂର ନାଚି ନାଚି ଶିହରାଇ ଦେଲାଣି

 

ମୋ ତନୁ ମନ

 

ଶ୍ରାବଣର ପହିଲି ବର୍ଷାର ଟୋପାଏ ଜଳ

 

ପଡିଲା ମୋ ଓଠରେ।

 

ଲାଗିଲା ଯେମିତି ବହୁଦିନୁ ଏଇ ତୃଷିତ ଓଠରେ

 

ଅମୃତ ଧାରେ କିଏ ଢାଳିଦେଇ ଗଲା।

 

ଧୀରେ ଧୀରେ ମୋର ନିକଟତର ହେଲା 

 

ତୁମ ନୂପୁର ନିକ୍ବଣ

 

ରୁଣୁଝୁଣୁ ଶବ୍ଦରେ ଝରିଗଲ ତୁମେ

 

ଗୋଟାପଣେ ଓଦା କରି ମୋତେ ।

 

ତୁମ ସେ ପ୍ରୀତିର ବର୍ଷାରେ

 

ମୁଁ ଭିଜିଲି ମୋ ନିଜକୁ ହଜାଇ।

 

ଆଉ ତୁମେ ହଜି ଯାଉଥିଲ ମୋ ଭିତରେ

 

ସନ୍ଧ୍ୟାର ଆଗମନିରେ ସୁରୁଜ ଡୁବିଲା ପରି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy