STORYMIRROR

Amarendra Chaudhuri Ojha

Others

2  

Amarendra Chaudhuri Ojha

Others

ଅର୍ଦ୍ଧାଙ୍ଗିନୀ

ଅର୍ଦ୍ଧାଙ୍ଗିନୀ

1 min
13.7K


ଋତୁ ରାଜ ବସନ୍ତ ମୁଁ ତୁ ଫୁଲ ଶ୍ରାବଣୀ

କେବେ ଧରା ଦେଇ ପୁଣି କେବେ ଦେଉନି

ଫୁଲସେଜ କେବେ ତୁ ଲୋ ମୁଁ ବଂଶୀ ର ଧ୍ୱନି

ଗାଁ ଦାଣ୍ଡ ଗୋଧୂଳି ମୁଁ ତୁ ସଂଜ ରୋଷଣୀ

ମୁଁ ଫଗୁଣ ର ଫଗୁ ହୋରୀ ତୁ ପ୍ରୀତି ନିର୍ଝରିଣୀ।

ଶୋଷ ମେଣ୍ଟେ ତୋ ପାଶେ ମନ ଗାଏ ରାଗିଣୀ

ତୁ ଶିଶୁ ଓଠର ହସ ଖୁସି ନିଆଁ ଏନ୍ତୁଡ଼ି

ମୁଁ ଜୁଇ ନିଆଁ ଖଣ୍ଡେ ଦୁଃଖ ଗାଁ କୁହୁଡି

ତୁ ଦୂର ନଈ ତାଳ ବଣ ପୂର୍ଣ୍ଣମୀ ର ଚାନ୍ଦିନୀ

ତୋ ଜୋଛନାରେ କଇଁ ପରି ମୁଁ ଭିଜି ପାରୁନି।

ପ୍ରେମିକାଟେ ତୁ ମୋର ପ୍ରୀତି ମଧୁ ଯାମିନି

ତୋ ବିନା ପ୍ରେମ ମୋର ବଞ୍ଚି ରହି ପାରୁନି।

ମୁଁ ତୋ ମଥା ସିନ୍ଦୂର ବିନ୍ଦୁ ତୋ କଟୀ କିଙ୍କିଣି

ତୁ ମୋର ଚିର ଦିନ ସାଥି ଅର୍ଦ୍ଧାଙ୍ଗିନୀ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍