ବୃକ୍ଷ
ବୃକ୍ଷ
ମୁଁ ଅଟେ ବୃକ୍ଷ ମୋ ବଚନ ଶୁଣ
ହେ ମାନବ ଗଣ ତୁମେ ଜ୍ଞାନୀ ଗଣ
ତଥାପି କାହିଁକି ଚିନ୍ତ ନିଜର ମରଣ ll
ଯାହାଠାରୁ ପାଇ ଅମ୍ଳଜାନ
ବଞ୍ଚେଇ ରଖିଛ ଏଇ ମନୁଷ୍ୟ ଜୀବନ ll
ଯେଉଁ ମୃତ୍ତିକା ଉପରେ ତୁମ ବାସସ୍ଥାନ
ସେ ମୃତ୍ତିକାକୁ ଜାବୁଡି ଧରିଛନ୍ତି ll
ମୋର ସମସ୍ତ ଚେର ଗଣ
ଯେଉଁ କାଠ ନେଇ ଘର ତୋଳିଛ ll
ତାକୁ ଦେଇଛନ୍ତି ମୋ ଭାଇ ଭଉଣୀ ଗଣ
ଯେଉଁ ଇଟା ନେଇ ଘର ପାଚେରୀ ଉଠାଉଛ ll
ସେ ଇଟା ଏଇ ମାଟି ମାର
ଯେଉଁ ଜଳ ପ୍ରତିଦିନ କରୁଛ ସେବନ ll
ଯେଉଁ ଜଳେ ତୁମେ ନୀତି କରୁଛ ସ୍ନାନ
ସେ ଜଳ ଦିନେ ଧରାପୃଷ୍ଠରୁ ହେବ ଉଭାନ ll
ଖରାଦିନେ ଯେଉଁ ଖୋଜୁଛ ମୃଦୁ ମଳୟ
ବୃକ୍ଷ ଏସବୁ ମଧ୍ୟ କରୁନଥିବ ପ୍ରଦାୟ ll
ଯେଉଁ ମୃତ୍ତିକା ଉପରେ କରୁଛ ଚଳପ୍ରଚଳ
ଯେଉଁ ବୃକ୍ଷ ଠାରୁ ପାଇଛ ଅନେକ ଫୁଲ ଫଳ ll
ନଥିବ ଆଉ ସେଇ ସମସ୍ତ ଋତୁ ଗଣ
ପାଇବନି ସେତବେଳେ ଯେତେ କଲେ ବି ଜଣାଣ ll
ଯେତେ ଖୋଜିଲେବି ପାଇବନି ଜଳ ଓ ଅମ୍ଳଜାନ
ହାହା କାରରେ ସଭିଏଁ କରିବେ ମୃତ୍ୟୁ ବରଣ ll
କେହି ଜଣେ ହେଲେ ରହିନଥିବେ ହୋଇ ମହାନ
ଆମ ଭାଇ ବନ୍ଧୁଙ୍କୁ ନଷ୍ଟ କରିବାରୁ ଆସିବ ଏମିତି ଦିନ ll
ଶ୍ରେଷ୍ଠ ଜୀବହୋଇ ମନୁଷ୍ୟ ନିଜେ କରୁଛ ତୁମ ଜୀବନ ଶେଷ
ବୁଦ୍ଧି ବିଚାରି କର୍ମ କର ନହେଲେ ପୃଥିବୀର ହେବ ସର୍ବନାଶ ll