ବୃକ୍ଷ ରୋପଣ
ବୃକ୍ଷ ରୋପଣ
ବୃକ୍ଷଠାରୁ ଜଳ ଜଳରୁ ଶସ୍ୟର
ଶସ୍ଯ ହିଁ ଆମ ଜୀବନ
ବନଭୂମିଠାରୁ ସଭ୍ୟତା ସଂସ୍କୃତି
ସୂର୍ଯ୍ୟୋଦୟ ଉତପନ୍ନ।
ସଭ୍ୟତା-ସଂସ୍କୃତି ପରିପୁଷ୍ଟି ପାଇଁ
ବନର ଦାନ ମହାନ୍
ବନ ଭୂମିଠାରେ ଗଢି ଉଠିଥିଲା
ଗୁରୁକୁଳା ଶ୍ରମମାନ ।
ଜ୍ଞାନ ପ୍ରବାହିନୀ ଧାରାକୁ ପ୍ଲାବିତ
କରଇ ଏ ବନଭୂମି
ଆଧ୍ୟାତ୍ମିକତାର ସୌରଭରେ ସିକ୍ତ
ଆମୋଦିତ ଦିଗଗାମି ।
ତପଶ୍ଚରଣର ପ୍ରାଧାନିକ କ୍ଷେତ୍ର
ମନମୋହିନୀ ଏ ବନ
ଯାନ୍ତ୍ରିକ ସଭ୍ୟତା ହତଶ୍ରୀ କଲା
କାଟି ବଡ଼ ବୃକ୍ଷ ମାନ ।
ସଭ୍ୟତା ବିକାଶ ବନଭୂମି ଧ୍ଵଂସ
ଅଭିଶାପ ହେଲା ଆଜି
ସଂସ୍ଥିତି ସୁରକ୍ଷା ଧ୍ଵଂସାଭିମୁଖୀକୁ
ଟାଣି ନେଇଛି ତାଜିଦି ।
ବୃକ୍ଷ କ୍ଷୟ ଯୋଗୁ ବର୍ଷାର ଅଭାବ
ଖାଦ୍ୟଶସ୍ୟ ନିଅଣ୍ଟିଆ
ସୁଜଳା ସୁଫଳା ବନ ଭୂମି ଆଜି
ମରୂଭୂମି ପାଣ୍ଡୁରିଆ ।
ବାତ୍ୟା ନିୟନ୍ତ୍ରଣକୁ ପରିବେଶ ଆମ
&nbs
p; ବିଷମୁକ୍ତ କରେ ବନ
ବର, ଅଶ୍ଵତଥ ବୃକ୍ଷରୁ ମିଳଇ
ପଚାଶ ଟନ୍ ଅମ୍ଳଜାନ ।
ପୂର୍ବେ ତୁଳସୀ, ଅଶ୍ଵତଥ ଓ ବଟକୁ
ଦେବତା ଜ୍ଞାନରେ ପୂଜା
ସମ୍ପ୍ରତ୍ତି ସମାଜେ ଏହାକୁ କାଟିଣ
ନିଜକୁ ଦିଅନ୍ତି ସଜା ।
ନିମ୍ୱ, ଅଶ୍ଵତଥ , ବଟବୃକ୍ଷ ବଞ୍ଚେ
ପ୍ରାୟ ପଚାଶ ବରଷ
କୃତ୍ରିମ ଉପାୟେ ଏତେ ଅମ୍ଲଜାନ
ଲାଗିବ ସହର୍ସ ବର୍ଷ ।
ସାମାଜିକ, ଅର୍ଥନୈତିକ ଓ ଆଧ୍ୟାତ୍ମିକ
ପ୍ରଗତିକୁ କ୍ଷିପ୍ରତର
କରଇ ଆମ୍ଭର ବନୀକରଣ ଯେ
ବୃକ୍ଷହିଁ ପ୍ରାଣ ଆମର ।
ଛୁଆ ଗୋଟିଏକୁ ଗଛ ଗୋଟିଏ ଯେ
ହେଉ ତ ଆମର ଧ୍ଵନି
ଏବେଠାରୁ ଯେବେ ସତର୍କ ନ ହେବ
ଧ୍ଵଂସ ହେବ ଜାଣି ସୁଣି।
ପ୍ରୀତି, ପ୍ରଶାନ୍ତି ଓ ପୁଲକ ଆଣଇ
ବିଭିନ୍ନର ବୃକ୍ଷରାଜୀ
ଆଜିର କଷ୍ଟକୁ ଦୋହରାଅ ନାହିଁ
ଜିତିବ ଜୀବନ ବାଜୀ ।