Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijoy Jena

Action Classics

3  

Bijoy Jena

Action Classics

ବ୍ରହ୍ମାଣ୍ଡ ଠାକୁର

ବ୍ରହ୍ମାଣ୍ଡ ଠାକୁର

1 min
173



ବ୍ରହ୍ମାଣ୍ଡ ଠାକୁର କାଳିଆ ସାଆନ୍ତ

    ମାନବୀୟ ଲୀଳା କରି

ଜଗତ ଜନ ଙ୍କ ଶୁଭ ମନାସୁଛ

    ଲୀଳା ଶ୍ରେଷ୍ଠ କ୍ଷେତ୍ର ପୁରୀ।

ସତ୍ୟଯୁଗେ ପ୍ରଭୁ ନରସିଂହ ରୂପେ

      ଦ୍ଵାପର ରେ ଯୋଗେଶ୍ୱର

ତ୍ରେତୟାରେ ରାମ ଅବତାର ନେଇ

      ହଟାଇଛ ପ୍ରୁଥି ଭାର।

କଳିଯୁଗ ପାଇଁ ଅପେକ୍ଷାରେ ଅଛ

     ଇସରା ତ ଆସିନାହିଁ

ତୁମ ନାମ ପରା ଘୋଷିତ ହେଉଛି

     ଜଗନ୍ନାଥ ତ୍ରାହି ତ୍ରାହି।

କୃଷ୍ଣ ନାମ ସ୍ମରି ମୀରାବାଇ ଦିନେ

     ବନ୍ଧନ ରୁ ହେଲେ ପାର

ନାରାୟଣ ଜପି ଭକ୍ତ ପ୍ରହଲ୍ଲାଦ

     ଅହଙ୍କାର କଲା ଦୂର।

ରାବଣର ଗର୍ବ ନାଶ ଗଲା କ୍ଷଣେ

     ଧର୍ମର ହେଲା ଜୟ

ଅସତ୍ୟ ଉପରେ ସତ୍ୟର ବିଜୟ

     ଅଧର୍ମର ପରାଜୟ।

ଏତିକି କରୁଣା କରିବ ହେ ନାଥ

     ପତିତ ପାବନ ତୁମେ

ବଡ ଦେଉଳରେ ବାନା ଉଡ଼ୁଥାଉ

       ପାତକ ହାରିବା ନାମେ।



Rate this content
Log in

Similar oriya poem from Action