ବୋଉ
ବୋଉ
ବୋଉ ' ସମ୍ବୋଧନ ନୁହେଁ ଏକ ପରିଚୟ
ସଦସ୍ୟା ନୁହେଁ କୁଳର ଆଧାର
ସମ୍ପର୍କ ନୁହେଁ ସମ୍ପର୍କର ସୂତ୍ରାଧାର
ଭାବ ନୁହେଁ ଭାବନାର ସାଗର।
'ବୋଉ' ନୀତି ନୁହେଁ ନିୟମାବଳୀଟିଏ
ପ୍ରଥା ନୁହେଁ ସଂସ୍କୃତିର ଗ୍ରନ୍ଥଟିଏ
ତିଥି ନୁହେଁ ସମ୍ପୂର୍ଣ୍ଣ ପଞ୍ଜିକାଟିଏ
ଆକଟ ନୁହେଁ ସ୍ନେହଭରା ଅନୁଶାସନ ସିଏ।
'ବୋଉ ' ଅବଳା ନୁହେଁ ଶକ୍ତିସ୍ଵରୁପିଣୀ
ନାରୀ ନୁହେଁ ଜାଗ୍ରତ ପ୍ରହରୀ
କର୍ମୀ ନୁହେଁ ନିଃଶୁଳ୍କ ସେବିକା
ଜାୟା,ଜନନୀ,ଭଗିନୀ ସର୍ବରୂପେ ସମର୍ପିତା।