STORYMIRROR

Radheshyam Mishra

Inspirational

3  

Radheshyam Mishra

Inspirational

ଅକବିତା

ଅକବିତା

1 min
402

ଅହଲ୍ୟା ଲୋ .....

ଥାଆ ସେମିତି 

ପଥର ହୋଇ 

ସେମିତି ପୋତି 

ହେଇଥା ଅର୍ଦ୍ଧେକ 

ଯଦି ପାରୁଛୁ 

ଖୋଜିପକା 

ମାଟି ଭିତରେ 

ତୋ ସଢ଼ିଯାଉଥିବା 

ଇନ୍ଦ୍ରିୟ ସବୁକୁ ... 


ଅହଲ୍ୟା ଲୋ ...

ଥା ସେମିତି 

ଶାପିତ ହୋଇ 

ତୋ ଅଜ୍ଞାତରେ 

ଗାତ ଖୋଳା ଚାଲିଛି 

ତୋ ସମାଧି ପାଇଁ 

ଯଦି ପାରୁଛୁ 

ମନା କରିଦେ 

ରାମଚନ୍ଦ୍ରଙ୍କୁ 

ନ ପକାନ୍ତୁ ପାଦ 

ତୋ ପିଠି ଉପରେ 

ପୁଣି ଆଉଥରେ 

ଢାଙ୍କି ହେଇ ନ ଯାଉ 

ଗୋରା ଚର୍ମ 

ତୋ ଦେହରେ 

ନ ପହଁରୁ 

ଛାତିରେ ତୋ 

କାମୁକ ଯୌବନ .....

  ଇତି 

  ତୋର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Radheshyam Mishra

Similar oriya poem from Inspirational