Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Panchanan Jena

Tragedy

3  

Panchanan Jena

Tragedy

ବନ୍ଧା ପଡ଼ିଗଲି

ବନ୍ଧା ପଡ଼ିଗଲି

1 min
114



ନିରୋଳା ପ୍ରହର

ଗୋଡାଏ ଦଉଡାଏ 

ଖେନ୍ତାଏ ଡରାଏ

ଚାରି ବଖୁରିଆ ଘରଟା 

ମୋତେ ଲାଗେ ଭୂତ ପିଶାଚର ।


ଫୋନରେ ବହୁତ କଥା 

କହି ହୁଏନା

ଛେପରେ ମିଳେଇ ଯାଏ 

ଜିଭରେ ଭାବନା ସବୁ 

ଫୁଟୁ ଫୁଟୁ କଣ୍ଠା ତଳେ

ଓଲଟି ପୁଲଟି ପଛେଇ ଯାଏ ।


 ସାକ୍ଷାତ ହେଲେ 

ଶ୍ରାବଣ ସଂଧ୍ୟାରେ କେବେ

ଚାରି ଚକ୍ଷୁରୁ ମିଳନ 

ଯଦି ସମ୍ଭବ ତେବେ

ମୋ ନୀଳ ଆଖିର 

ଭାଷାକୋଷରେ ଖଚିତ

ଅନେକ ଅକଥନୀୟ 

ଭାବନା ପଢି ପାରିବ ଭଲେ ।


ଭାଇଜ ଘରେ ଉଚ୍ଚ ପିଣ୍ଡାରେ

ବିଚାର ମଣ୍ଡପ ଭିଡ଼ ଭିତରେ 

ମୋର ନୀରବତା ତପ

ଆଖ ପାଖରେ କାନ ଡେରିଥିବ

ପାଣି- ସର୍ବତ-ଚା' 

ଦେବା ବାହାନାରେ ଆସିବ

ପାଖେ ପାଖେ ରହି

କଣେଇ ଲୁଚେଇ ଦେଖୁଥିବ 

ବାରମ୍ଵାର ମୋର ନୀରବ ଆଖିର 

ସମ୍ମୋହନର ଗଭୀରତ ମାପିବ


ମୋ ରାଣ ! 

ମୋର ବ୍ୟାକୁଳିତ ମନ ତଳର

ପରଦା ପଛର ଭଲ ପାଇବାର

ଅର୍ଚ୍ଚନା ବନ୍ଦନାର 

ଶୁଭଶଙ୍ଖ ନିଶ୍ଚୟ ଶୁଭିବ ।


ମନ୍ଦିରରୁ ଫେରୁଥିବ 

ହାତରେ ପୂଜାଡାଲା

କପାଳରେ ଚମକୁ ଥିବ

 ଚନ୍ଦନ ସିନ୍ଦୁର ଟିକା

କ୍ଷଣିକ ଅପଲକ ନେତ୍ରେ 

ଭାସି ଉଠିଲେ 

ମୋର ଚିତ୍ର କ୍ଷେତ୍ରେ

ତଳକୁ ମୁଁହ ପୋତି 

କୁରଙ୍ଗୀ ନୟନା

ଚାଲି ଯାଉ ଯାଉ 

ପଛକୁ ଫେରି ମୁରୁକି ଦେନା


ହାଏ ରେ ମୋ ଲଛକମଣୀ

ଛାତି ତଳେ ବିଶାଳ

ଶୂନ୍ୟତାର ଅକୁହା ସରଣୀ

ବନ୍ଧା ପଡିଗଲି  

ସେହିଦିନୁ ସେହିକ୍ଷଣୁ

ଅଙ୍କୁରିଲା ନୂଆ 

ପ୍ରେମ କାହାଣୀ ।



Rate this content
Log in

Similar oriya poem from Tragedy