STORYMIRROR

Nilambara Behera

Classics Fantasy

4  

Nilambara Behera

Classics Fantasy

" ବିରହୀଣୀ ରାଧା "

" ବିରହୀଣୀ ରାଧା "

1 min
624

(ଛନ୍ଦ : ରାମକେରୀ)


କହ ଲୋ ମିତଣୀ ଆମ୍ଭଙ୍କୁ, ଏତେ ରୁଷଣା କାହିଁ?

କଜ୍ଜଳ ଲିଭାଇ ବସିଛୁ, ଅଭିମାନିନୀ ହୋଇ ll


କି ଅବା ଘଟିଛି ଘଟଣା, ତୋର ପ୍ରେମିକ ସଙ୍ଗେ,

କଳା କାଠ ମୁଖ ପଡିଛି, ପ୍ରୀତି ହଜିଛି ଅଙ୍ଗେ ll


କଇଁ କଇଁ ହେଇ କାନ୍ଦଇ, ବସି ରାଧିକା ରାଣୀ,

କି ବୋଲି କହିବି ସଖି ଲୋ, ମୋର ଦୁଃଖ କାହାଣୀ ll


କହିଥିଲେ କାହ୍ନୁ ଭେଟିବେ, କାଲି ସଞ୍ଜ ନଈରେ,

କଥା ଦେଇ କଥା ଭୁଲିଲେ, ତାଙ୍କୁ ମୁଁ ଝୁରିମରେ ll


କହଲୋ ଲଳିତା ବିଶାଖା, କହ କାହ୍ନୁ ଖବର,

କାହିଁ ଆସୁନାହିଁ ମୋ' ପ୍ରିୟ, ମନ ମୋର ଅଧିର ll


କୃଷ୍ଣପ୍ରେମରେ ମୁଁ ବାତୁଳୀ, ହେଲି ପ୍ରେମ ବାୟାଣୀ, 

କୃଷ୍ଣଙ୍କ ବାଙ୍କ ଚାହାଣୀ ଯେ', ମୋତେ ନେଉଛି ଟାଣି ll


କି ରସ ରହିଛି ତା ପ୍ରେମେ, ଜାଣି ପାରୁନି ମୁହିଁ,

କେଜାଣି ରସିଲି ତା ସାଥେ, ତା'ର ନାୟିକା ହେଇ ll


କି ସୁନ୍ଦର ତା' ବଂଶୀ ସ୍ଵନ, ଡାକେ ରାଧିକା ବୋଲି,

କାହିଁ ଶୁଭୁନାହିଁ ତା' ଧ୍ୱନୀ, କୁଞ୍ଜେ ପାଗିଳୀ ହେଲି ll


କୋମଳ ହୃଦୟ ତାହାର, ଜିଣେ ଗୋପୀଙ୍କ ମନ,

କେଉଁ ଗୋପାଳୁଣୀ ନେଲାକି, ମୋର କାହ୍ନୁର ମନ ll


କଦମ୍ବ ବନର ମହକ, ଅଟେ ମୋ କଳା କାହ୍ନୁ,

କେତେ ରଙ୍ଗେ ନଟ ହଟଇ, ପ୍ରୀତି ଝରାଇ ମହୁ ll


କାହିଁ ଗଲ ଦୂରେ ନାଥ ହେ, ଛାଡ଼ି ଏ ଗୋପପୁର,

କି ସୁଖ ପାଉଛ କେଜାଣି, ହୋଇ ମୋ' ଠାରୁ ଦୂର ll


କେମିତି ସହିବି ବିଚ୍ଛେଦ, ହୁଏ ମୁଁ ବିରହୀଣୀ,

କାହ୍ନୁ କାହ୍ନୁ ହୋଇ ଝୁରୁଛି, ତୁମ୍ଭ ରାଧିକା ରାଣୀ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics