Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijaya ku. group

Classics Inspirational Others

4  

Bijaya ku. group

Classics Inspirational Others

ବିଦାୟ ୨୦୨୨

ବିଦାୟ ୨୦୨୨

1 min
218


ଦୁଇହଜାର ବାଇସି ବେଲ ସରିଲାଣି

   କହୁଛି ମେଲାଣି ଦିଅ,

ସମୟଟି ମୋର ଡାକରା ଦେଉଛି 

  କିଛି ବାର୍ତ୍ତା ମୋର ନିଅ ।


ତୁମ ଚଲାପଥେ ନୋହିବ କଳଙ୍କ

    ରୁହ ସଭିଏଁ ସତର୍କ,

 ଶିକ୍ଷା ପ୍ରଗତିରେ ବିଶ୍ଵବାସୀ ତୁମ୍ଭେ 

  ନ କରିବ କାର୍ଯ୍ୟ ମୁର୍ଖ ।


ତୁମକୁ ସାଉଁଟି ହେ ପୂର୍ବ ବରଷ

   ପାଳିବୁ ନୂଆଁ ବରଷ,

 ଭୁଲିବୁ ନି ଜମା ପ୍ରତିଟି ମୁହୁର୍ତ୍ତ

  ତୁମର ସେଇ ସ୍ମୃତି ପରସ ।

 

କେତେ ସୁଖଦୁଃଖ ଝଡ଼ଝଞ୍ଜା ଦେଇ

    ବିତିଗଲ ହେ ବରଷ,

ଆସିଥିଲ ଦିନେ ପୁଲକିତ ହୋଇ

    ସଭିଙ୍କୁ କରି ହରଷ ।


ତୁମ ସାଥେ ଯେଉଁ ବିତିଥିଲା ଦିନ

   ମିଠା ମିଠା ଅନୁଭୁତି,

ସେ ସମୟକୁ ଥରେ ମନେପକାଇଲେ

   ଲାଗୁଥାଏ ସଦା ପ୍ରୀତି ।


ଶୈଶବ ଯେମିତି ପରବର୍ତ୍ତୀ କାଳେ

    ଯୁବକରୁ ହୁଏ ବୃଦ୍ଧ ,

ଆସିଲେ ତ ଦିନେ ଯିବାକୁ ହିଁ ହୁଏ

    ସମୟ ସାଥେ ଆବଦ୍ଧ ।



Rate this content
Log in