Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijaya ku. group

Inspirational Others Children

4  

Bijaya ku. group

Inspirational Others Children

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର

1 min
347



ଓଡ଼ିଶାର ଗର୍ବ ସେ ପ୍ରିୟ ନାୟକ

  ଅଟନ୍ତି ସେ ଲକ୍ଷ୍ମୀକାନ୍ତ,

 ଶିଶୁଟିଦିନରୁ ଦେଶପ୍ରୀତି ପାଇଁ

   କରନ୍ତି କଷ୍ଟ ଅକ୍ଲାନ୍ତ ।

କେତେ କଷ୍ଟ ସହି ଆନ୍ଦୋଳନ ପଥେ

    କରିଛନ୍ତି ସେ ଉତ୍ସର୍ଗ,

ତଥାବି ନିଜକୁ ଚିହ୍ନେଇବା ପାଇଁ

   କରି ନାହାନ୍ତି ସେ ଗର୍ବ ।

ଓଡ଼ିଆ କବିତା ଗଳ୍ପ ଉପନ୍ୟାସ 

  କେତେ ଯାଇଛନ୍ତି ଲେଖି,

ଓଡ଼ିଆ ସାହିତ୍ୟ ସୁଦୃଢ଼ ପଥରେ

   ଏ ମାଟି ରହିଛି ସାକ୍ଷୀ ।

ବୃହତ୍ ଉପନ୍ୟାସ କଣାମାମୁଁ ଆଉ

   ଗଳ୍ପଟି ବୁଢ଼ା ଶଙ୍ଖାରି,

ସେ କାହାଣୀ ସତେ ଜୀବନ୍ତ ଲାଗଇ

  ଆସିଛି କି ଏବେ ଫେରି ।

ଜନମରୁ ଦୃଢ଼ ଦେଶ ପ୍ରୀତି ଭାବ

  ଲେଖିଛନ୍ତି କେତେ ଗୀତି ,

ଓଡ଼ିଆ ମାଟିର ସୁଯୋଗ୍ୟ ସନ୍ତାନ

  ବୀର ସେହି ମହାରଥୀ ।

ଉତ୍କଳର ଶୋଭ ଚାରୁ ଚିତ୍ରପଟ

   କଳମେ କରି ବର୍ଣ୍ଣନା,

ପ୍ରତି ଓଡ଼ିଆଙ୍କ ମନେ ଉଭାକଲେ

   ମାତୃଭକ୍ତିର ଭାବନା ।

ଓଡ଼ିଆଙ୍କ ଗର୍ବ ଗୌରବ ମହିମା

  ଦେଶାତ୍ମ ଗୀତି କାହାଣୀ,

ଆଜି ସେହି ଗୀତ ହୃଦୟରେ ଶକ୍ତ

   ବନ୍ଦେ ଉତ୍କଳଜନନୀ ।।


Rate this content
Log in

Similar oriya poem from Inspirational