STORYMIRROR

Hrushikesh Satpathy

Abstract

2  

Hrushikesh Satpathy

Abstract

ଭ୍ରମ ଭାର୍ଗବୀ

ଭ୍ରମ ଭାର୍ଗବୀ

1 min
135

ଶୀତ ସକାଳର ମହୁଆ ନିଶାରେ

   ମନ ମତୁଆଲା ହୁଏ

ରଜନୀ ରାଣୀର ଭିଜା ପଣତକୁ

   ସୁନେଲି କିରଣ ଧୁଏ


କିରଣ କାମିନୀ ଜହ୍ନର ଯାମିନୀ

   ବସୁବତୀ ଭୁଆସୁଣି

ଖୁସିରେ ଖୁସିରେ ଉଡେଇ ଦିଏ ତା'

   ହଳଦୀ ପଣତକାନୀ


ରକ୍ତ ଗୋଲାପର ରକ୍ତିମ ପାଖୁଡା

    ଶିଶିର ସିକ୍ତ ସୁରଭି

ମୁକ୍ତା ମଣି ପରି ଚହଟେ ଚମକେ

   ଲାଜ ଲାଜ ହୁଏ ରବି


ଶୀତ ରାଣୀ ତୁମେ ମୃଦୁ ମଦାଳସୀ

    ଭୁଗର୍ଭ ଭ୍ରମ ଭାର୍ଗବୀ

ବନ୍ଦନା କରୁଛି  ଚରଣେ ତୁମରି

    ନମ୍ର ତୁମ ଦିବ୍ୟ ଛବି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract