Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pritipriya Mohanty

Inspirational Others

3  

Pritipriya Mohanty

Inspirational Others

ଭଲ ଲାଗେ ମତେ

ଭଲ ଲାଗେ ମତେ

1 min
6.3K


ଭଲ ଲାଗେ ମତେ ପାଦ ଥାପି ଯାଇ ଭୋ କିନା କହିବାକୁ,

ଭଲ ଲାଗେ ତୁମ ଡ଼ରୁଆ ମୁହଁ ଦେଖି ଫେଁ ଫେଁ ହସିବାକୁ।

ଭଲ ଲାଗେ ମତେ ଜାଣି ଜାଣି ତଳେ ପାଦ ଖସି ପଡିବାକୁ,

ଭଲ ଲାଗେ ପୁଣି ଧାଇଁ ଆସ ତୁମେ ମତେ ଯେବେ ଧରିବାକୁ।

ଭଲ ଲାଗେ ମତେ ଖାଇବାକୁ ସତେ ତୁମରି ଅଇଁଠା ଭାତ,

ଭଲ ଲାଗେ ପୁଣି ତୁମ ସହ ମିଶି ସମୂଦ୍ର ବାଲିରେ ଖୋଳିଲେ ଗାତ।

ଭଲ ଲାଗେ ମତେ ହୋଇଯାଏ ଯେବେ ସାମାନ୍ୟ ଟିକେ ଅସୁସ୍ଥ,

ଭଲ ଲାଗେ ପୁଣି ଶୁଣିବାକୁ ତୁମ "ମୁଁ ଅଛି ହୁଅ ନାହିଁ ବ୍ୟସ୍ତ।

ଭଲ ଲାଗେ ମତେ ଥିରି ଥିରି ଯାଇ ତୁମ ଦୁଇ ଆଖି ବୁଜିବାକୁ,

ଭଲ ଲାଗେ ପୁଣି ପବନରେ ତୁମ ଦେହ ବାସ୍ନା ଖୋଜିବାକୁ।

ଭଲ ଲାଗେ ମତେ ହେବା ପାଇଁ ତୁମ ସେଇ ଅମାନିଆ ପ୍ରିୟା,

ଭଲ ଲାଗେ ପୁଣି କୁହ ଯେବେ ତୁମେ "ଏଡେ ଅବୁଝା ହଉଛ କିଆଁ"।

ଭଲ ଲାଗେ ମତେ ତୁମ ପାଦ ପରେ ପାଦ ରଖି ଚାଲିବାକୁ,

ଭଲ ଲାଗେ ପୁଣି ଅକାରଣଟାରେ ମିଛି ମିଛି ରାଗିବାକୁ।

ଭଲ ଲାଗେ ମତେ ତୁମରି ହାତରୁ ପେଟ ମୋର ପୂରିବାକୁ,

ଭଲ ଲାଗେ ମତେ ଭୋକ ନ ଥିଲେ ବି ବଡ଼ ଆଁ କରିବାକୁ।

ଭଲ ଲାଗେ ମତେ ଭାବନା ରାଇଜେ ଆକିଂବାକୁ ତୁମ ଛବି,

ଭଲ ଲାଗେ ପୁଣି ଲେଖିବାକୁ ଗୀତ ନ ହୋଇବି ଗୋଟେ କବି।

ଭଲ ଲାଗେ ମତେ ତୁମରି ଓଠରୁ "ଭଲପାଏ" ଶୁଣିବାକୁ,

ଭଲ ଲାଗେ ପୁଣି ସତ କଥା ଜାଣି ମିଛ ବୋଲି କହିବାକୁ।

ଭଲ ଲାଗେ ମତେ କି ପାଇଁ ଜାଣେନା ଏଇମିତି କରିବାକୁ,

ବାହାନା କରଇ ଦରିଦ୍ର ମନ ମୋ ତୁମ ପ୍ରେମ ଭିକ୍ଷା ପାଇବାକୁ।

ପ୍ରୀତିପ୍ରିୟା ମହାନ୍ତି

ଶିକ୍ଷୟିତ୍ରୀ ,ମୟୂରଝାଲାଆ, ରଣପୁର

ନୟାଗଡ଼


Rate this content
Log in

Similar oriya poem from Inspirational