STORYMIRROR

Manorama Routray

Tragedy

3  

Manorama Routray

Tragedy

ଭଦ୍ର ମୁଖା

ଭଦ୍ର ମୁଖା

1 min
277


ରୂପଟି ଦେଖିଲେ ଜଣା ନ ପଡଇ

ବଚନ ମଧୁର ଭରା,

ଭଦ୍ରମୁଖା ଆଢୁଆଳେ ଲୁଚିଥାଏ

ତାର ଅସଲ ଚେହେରା।


କଥାର ଚାତୁରୀ କିଣିନିଏ ମନ

ହୃଦୟେ ଥାଏ ଜହର,

ସ୍ୱାର୍ଥ ସରିଗଲେ ପାଦର ପାଣ୍ଡୋଇ

କରି ଦିଏ ସାତପର।


ସୃଷ୍ଟିର ଶ୍ରେଷ୍ଠ ପ୍ରାଣୀ ହୋଇ ମଧ୍ୟ

ସ୍ୱାର୍ଥ ବିଜଡିତ ଅନୁଗତ,

କ୍ଷଣିକ କାମନା ବାସନା ଲାଳସେ

ଲୁଟଇ ନାରୀ ଇଜ୍ଜତ।


ଶୋଭାବରେ ହୀନ ବିବେକ ଶୂନ୍ୟ

ପଶୁର ପ୍ରବୃତ୍ତି ଆଚରେ,

ଆସୁରିକ ଶକ୍ତି ଅନ୍ତରାଳେ ରଖି

କଦର୍ଯ୍ୟ ଭାବନା ବିଚାରେ।


ଭଦ୍ରମୁଖା ଧାରୀ ବିଶ୍ୱାସଘାତକ

ସର୍ବତ୍ର କାୟା ବିସ୍ତାର,

ଥରେ ତାଙ୍କ ମାୟାଜାଲରେ ଛନ୍ଦିଲେ

ନ ମିଳଇ ଆଉ ନିସ୍ତାର।


ସରଳ ନିରୀହତାର ସୁଯୋଗ ନେଇ

ଆପଣେଇ ନିଏ କୌଶଳେ,

ଜୀବନକୁ ଦିଏ ନରକ ଯନ୍ତ୍ରଣା

କୂଟୀଳ ଶକତି ବଳେ।


ହିଂସା ଈର୍ଷା କ୍ରୋଧ ହୃଦୟେ ନିବାସ

ଉପରେ ଭଦ୍ର ଖୋଳପା,

କେତେ ଘରକୁ ସେ ବେଘରକରନ୍ତି

ନିଷ୍କପଟେ ଦେଇ ଧୋକା।


କାର୍ଯ୍ୟାବଳୀ ତାଙ୍କ ବିଶୃଙ୍ଖଳିତ

କୁକର୍ମର ବଶବର୍ତ୍ତୀ,

ଆଚାର ବିଚାର ସଂସ୍କାର ଅଭାବ

ଅରଜନ ଅପକୀର୍ତ୍ତି।


ଦୁନିଆରେ ଆଜି ଅଭାବ ନାହାନ୍ତି

ଏପରି ଅଭଦ୍ର ମଣିଷ,

ଆଧୁନିକତାର ଦ୍ୱାହି ଦେଖାଇ

ଲୁଟି ନିଅନ୍ତି ସର୍ବସ୍ୱ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Manorama Routray

Similar oriya poem from Tragedy