Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binodini Dash

Inspirational

4  

Binodini Dash

Inspirational

ଭାଗବତ

ଭାଗବତ

1 min
274


ବ୍ୟାସଙ୍କ ରଚିତ ପରଶ ଅମୃତ

ଦିଏ ଶାସ୍ତ୍ର ଭାଗବତ

ଭାବ ଜ୍ଞାନ ବଇରାଗ୍ୟ ତତ୍ତ୍ୱବାଣୀ 

ତା' ଠାରେ ସନ୍ନିବେଶିତ ।


ଗଙ୍ଗା ନଦୀ କୂଳେ ମୃତ୍ୟୁ ଅପେକ୍ଷାରେ

ଋଷିଙ୍କ ପରିବେଷ୍ଟିତ

ଶୁକ ମୁନି ମୁଖୁ କରିଥିଲେ ପାନ 

ପରା ରାଜା ପରୀକ୍ଷିତ ।


ସପ୍ତଦିନ ବ୍ୟାପୀ ଶ୍ରବଣରେ ସ୍ଥାପି

ନିର୍ବାଣ ପ୍ରାପ୍ତ ହୋଇଲେ

ଶରୀରରେ ପ୍ରାଣ ନଥିଲା ତାଙ୍କର

ତକ୍ଷକ ଦଂଶନ ବେଳେ ।


ଅଶରୀରୀମାନେ ଏ ଅମୃତ ପାନେ

ଉତ୍ତମ ଗତି ପ୍ରାପତ

ମାନବର କଥା କି ଅବା କହିବା

ମୋକ୍ଷ ପଦେ ଅଭିଷିକ୍ତ ।


ପଠନରେ ଧ୍ୟାନ ବା କର୍ଣ୍ଣେ ଶ୍ରବଣ 

କରୁଥିଲେ ନିତି ଦିନ

ଚତୁଃବର୍ଗ ଫଳ ହୁଅଇ ପ୍ରାପତ

ଅଜ୍ଞାନ ବି ଜ୍ଞାନୀ ଜନ ।


ଯେ ଏହା ମହତ୍ତ୍ଵ ବୁଝି ବାଣ୍ଟେ ତତ୍ତ୍ୱ

ସମାଜେ ପରିବର୍ତ୍ତନ

ଶୁଦ୍ଧପୂତ ପଥ କରି କୋଳାଗ୍ରତ

ଜୀବନଟା ହୁଏ ଧନ୍ୟ ।


ଜଗନ୍ନାଥ ଦାସ ଗୁଣର ଅଧୀଶ

ସଂସ୍କୃତରୁ ଓଡ଼ିଆରେ

ଉଦ୍ଧାର କରିଣ ଉତ୍କଳୀୟ ପ୍ରାଣେ

ଅମୃତ ବରଷି ଦେଲେ ।


ଭାଦ୍ରବ ମାସରେ ଇନ୍ଦ୍ର ପୂର୍ଣ୍ଣିମାରେ 

ଭାଗବତ ଜନ୍ମ ପାଇଁ

ଭାଗବତ୍ ସପ୍ତାହେ ଭକ୍ତି ଅର୍ଘ୍ୟ ଦିଏ

ଜନ ଏ ଓଡ଼ିଶା ଭୂଇଁ ।



Rate this content
Log in

Similar oriya poem from Inspirational