STORYMIRROR

Panchanan Jena

Romance

3  

Panchanan Jena

Romance

ବେତୁକୀ ବର୍ଣ୍ଣାଳୀ

ବେତୁକୀ ବର୍ଣ୍ଣାଳୀ

1 min
32

ଝର୍ ଝର୍ ଝମ୍ ଝମ୍ ବରଷାର ଧାରା

ଚକ୍ ଚକ୍ ଚିକ୍ ଚିକ୍ ବିଜୁଳି ପସରା

ଘଡ଼ ଘାଡ୍‌ ଚଡ଼ ଚାଡ୍‌ ଚଡ଼କ ଟଙ୍କାର

ଗଗନ ବକ୍ଷେ କ'ଣ ଅକ୍ରେଷ୍ଟାର 

ଗୀତ ସଙ୍ଗୀତ ମେଲୋଡିର ଆସର

ମାୟାବିନୀ ମୌସୁମୀର 

ଶ୍ରାବଣୀ ନାୟିକାର

ଚାଲିଛି ଦେଖ ପ୍ରେମବିନ୍ଦୁ ପାତ ଝଙ୍କାର ଶତ ଶୃଙ୍ଗାର ।


ଝୁମି ଝୁମି ନାଚୁଛନ୍ତି ଦେଖ ଗଛ ପତ୍ର ଫୁଲ 

ଚୁମି ଚୁମି ସିହରିତ ତନୁ ବଲ୍ଲରୀ ମନ ପ୍ରଫୁଲ୍ଲ

ତିନ୍ତି ତନ୍ତି ଝାଉଁଳା ଦେହ ମନ ସତେଜ ସଜଳ

ପିଇ ପିଇ ବର୍ଷା ମଦିରା ରାତି ସାରା

ପାଦ ଅଥଳ ଟଳମଳ

କାଚୁଛି ବର୍ଷୁକୀ ନବୀନା

ସତେକି ନାଚୁଛି ନୀଳନୟନା

ଝମ୍ ଝମ୍ ଝମା ଝମ୍ 

ଟୁପ୍ ଟୁପ୍ ଛମ୍ ଛମ୍

ସଂଗୀତର ତାଳେ ତାଳେ

ମେଘ ମହ୍ଲାର ସ୍ଵର ମେଳେ

ବର୍ଷାର ପାଦଘୁଙ୍ଗୁର ଚଳ ଚଞ୍ଚଳ ।


ଟୋପା ଟୋପା ବହୁଛି ଦେଖ ପତ୍ରରୁ ପ୍ରେମଧାରା

ଅଙ୍ଗରେ ସବୁଜ ପଣତ ବର୍ଷା ଧଭଳାକାମାତୁରା

ବ୍ୟଥା ବେଦନାର ନାହିଁ ଲେଶ ମାତ୍ର ଅଭିମାନ

ପ୍ରେମସିକ୍ତା ମୁକୁଳା ନାୟିକା ସଂପୂର୍ଣ୍ଣ ସମର୍ପଣ ଆଲିଙ୍ଗନ 

ଝଲମଲ ମଖମଲି ଚେହେରା

ଝିଲି ମିଲି ପ୍ରଣୟ ପସରା

ବର୍ଷାରେ ଭିଜି ଆକାଶ - ପୃଥିବୀ 

ଏକାକାର ନିର୍ବିକାର ।


ଲଗାଣ ବର୍ଷା ରାତି ଦିନ ତିନି ଦିନ

ଲଘୁଚାପ ବର୍ଷା ଶ୍ରାବଣେ ଘନ ଘନ

ପ୍ରେମ ଜଗାଏ ଏକାନ୍ତ ଗୃହ କୁଞ୍ଜବନ

ଆତୁର ଭାବାତୁର କାମାତୁର ମିଳନ

ହେ ବର୍ଷା ନାୟିକା ଅନାମିକା

ହେ ପ୍ରୀୟା ପ୍ରାଣପ୍ରୀୟା ମଲ୍ଲିକା

ତୁମେ ବାହାରେ ଝିପି ଝିପି ଆସିବ ନିତି

ତୁମେ ବର୍ଷା ସମ୍ଭାର ଋତୁ ବେଭାର ନେଇ ଆସିବ ପ୍ରତି

ତୁମେ ବିନ୍ଦୁ ବିନ୍ଦୁ ହୋଇ ଝରିପାର

ତୁମେ ମୂଷଳ ଧାରାରେ ବର୍ଷିପାର

ଫରକ ପଡ଼େନା କିଛି

ତୁମ ଆସିବା ହିଁ ଅଛି

ତୁମ ଆଗମନ ହିଁ ରଙ୍ଗ ହାବେଳୀ

ନୀଳ ଅମ୍ବର ଖୋଲା 

ଗଭା ଗଜରା ମେଲା

ଚୂର୍ଣ୍ଣ କୁନ୍ତଳ ଢିଲା

ମନ ପାରାବାରେ ହିଲ୍ଲୋଳ କଲ୍ଲୋଳ

ଆଣୁଛି ଅସରନ୍ତି ବେତୁକୀ ବର୍ଣ୍ଣ।ଳୀ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance