STORYMIRROR

ABADHOOT PANDA

Inspirational Others

4  

ABADHOOT PANDA

Inspirational Others

ବୌଦ୍ଧିକ ସାମନ୍ତ ଶ୍ୱେତ ବର୍ଣ୍ଣ

ବୌଦ୍ଧିକ ସାମନ୍ତ ଶ୍ୱେତ ବର୍ଣ୍ଣ

1 min
393

ଶୁଭ୍ରତାର ପ୍ରତୀକ ଧଳା ରଙ୍ଗର ବିଭୁତି

ରବି କର ରଂଜିତ ରଙ୍ଗର ସ୍ୱଚ୍ଛ ପୀରତି

କରଇ ଧରା ବାସୀଙ୍କୁ ପ୍ରାଣୀକ ଆତ୍ମାବାନ

ଖାଦ୍ୟ ପାନୀୟରେ ପୁଷ୍ଟ କର୍ତ୍ତା ତେଜ ବାନ l


ବିଦ୍ୟା ବୁଦ୍ଧି ଶାଶ୍ୱତ ଗୁଣର ସତ୍ତା କରଇ

ବହନ, ମସ୍ତିଷ୍କ କରି ପରିପୁଷ୍ଟ କର୍ମମୟୀ l

ଶ୍ୱେତ ବସନ ପରିହିତ ସାଧୁ ସନ୍ୟାସୀ ଗଣ

ପାପ ତାପ କଳୁଷ ନାଶନ୍ତି ଜନ୍ମ ଜନ୍ମାନ୍ତର l


ଶ୍ୱେତ ପଦ୍ମେ ଶ୍ଵେତ ହଂସେ ଆସୀନ ବୀଣାପାଣି

ବିଦ୍ୟାର ଭଣ୍ଡାର ଖୋଲି ଦିଅନ୍ତି ଯାଚି ଦାନାପାଣି l

ଶ୍ୱେତ ବର୍ଣ୍ଣ ଅଟଇ ଶାଶ୍ୱତ ବିଭୁ ପ୍ରେମର ମହକ

ଯୁଗେ ଯୁଗେ ସଂସାରୀଙ୍କୁ ପିନ୍ଧାଏ ଶାନ୍ତିର ତିଳକ l


ଶ୍ୱେତ ରବି କର ପୁଣି ସକଳ ସୃଷ୍ଟିର କେନ୍ଦ୍ର ବିନ୍ଦୁ

ସ୍ଥାବର ଜଙ୍ଗମମାନଙ୍କ ଆସ୍ଥାଦାୟକ କୃପାସିନ୍ଧୁ l

ଜୀବନ ନଥାନ୍ତା ଧରାରେ ଦିନମଣି କିରଣ ବିନା

ଶାନ୍ତି ପ୍ରଦାୟକ ସେତ ବର୍ଣ୍ଣ ଶ୍ରେଷ୍ଠ ନୁହେଁ ଅସନା l


ଶ୍ୱେତ କପୋତ ସରଳ ଶାନ୍ତି ଦୂତ ସାଜି ଉଡ଼ିଯାଏ

ନଭେ ଥଣ୍ଟେ ଧରି ଚିଟାଉ ନିଜ ଲକ୍ଷ୍ୟପଥ ଯାଏଁ l

ଶତ୍ରୁ ଦ୍ବୟ ମଧ୍ୟେ ଆଣେ ପ୍ରେମ ସମ୍ପର୍କର ଫୁଆରା

ପ୍ରେମୀ ଯୁଗଳ ପ୍ରାଣେ ପିନ୍ଧାଏ କୃତିତ୍ୱର ମେଖଳା l


ନିଷ୍କପଟ ପ୍ରାଣର ସଂକେତ ଦିଏ ଶୁଭ୍ର ବର୍ଣ୍ଣ ସଦା

ଅହମିକା ବିନାଶି ମନ କରେ ଶୁଦ୍ଧ ଚିର ବରଦା l

ନିର୍ମଳ ଆତ୍ମା ଅଟଇ ଏକ ଆଦର୍ଶ ନିବାସ ଶ୍ୱେତର

ଅହରହ ଦିଗ ଦର୍ଶନେ କରେ ମୋହିତ ଚରାଚର l


ସକାରାତ୍ମକ ଶୁଦ୍ଧ ଭାବ ଧାରାରେ କରେ ଆଚ୍ଛାଦିତ

ଆବାଳବୃଦ୍ଧବନିତାଗଣେ ନିରନ୍ତର ହୁଅନ୍ତି ପୁଲକିତ l

ଶ୍ଵେତାମ୍ବର ଧାରୀଗଣ ବିଶ୍ୱେ ଲଭନ୍ତି ଉଚ୍ଚତର ପ୍ରାଣ

ନିମ୍ନପ୍ରାଣର ତାଡ଼ନା କରେନା ସ୍ପର୍ଶ ଏତ ବିଧିବିଧାନ l


ସରଳ ଜୀବନ ଶୈଳୀ ଉଚ୍ଚ ଚିନ୍ତାରେ କରଇ ମଗନ

ସେତ କେବଳ ଶ୍ୱେତ ବର୍ଣ୍ଣର କରାମତି ସତ ଚିନ୍ତନ l

ଆଧ୍ୟାତ୍ମିକ ସ୍ରୋତରେ ପଥ ପଦର୍ଶକ ସେହି ଶ୍ୱେତ

ଅମଣିଷପଣିଆ ହଟାଇ ସମାଜୁ ଜୀବନ କରେ ସ୍ଫିତ l


ଧନ୍ୟ ଧନ୍ୟ ଶ୍ୱେତ ବର୍ଣ୍ଣ ତୁମକୁ କୋଟି ନମସ୍କାର

ବିରାଜୁ ଥାଅ ମର୍ତ୍ତ୍ୟେ ସତତ ନକରି ନରେ ହତାଦର l

ପ୍ରଶାନ୍ତ ଆତ୍ମା ଆଉ ଶୁଦ୍ଧ ଚେତନା ଆମେ ସଦା ଚାହୁଁ

ପ୍ରସନ୍ନ ହୁଅ ସର୍ବଦା ମନପ୍ରାଣ ବିକାଶେ ଲୟ ରହୁ ll


Rate this content
Log in

Similar oriya poem from Inspirational