STORYMIRROR

Rajesh Mund

Romance

2  

Rajesh Mund

Romance

ବୈଶାଖୀ ଝଡ଼

ବୈଶାଖୀ ଝଡ଼

1 min
13.3K


ହୃଦୟ ଦରବାଜା

ନକ୍ କରିବା ପୂର୍ବରୁ

ମୁଁ କବାଟ ଖୋଲିିି ଦେଇଥିଲି,

ତୁମେ ଆସିିିବ ବୋଲି ।

ତୁମେ କିନ୍ତୁ ପଶିଆସିଲ ସିିଧା,

ଆବୋରି ବସିଲ

ମୋ ସମଗ୍ର ଅବୟବ,

ବୈଶାଖି ଝଡ଼ ପରି

ଭାଙ୍ଗିରୁୁୁଜି ଚାଲିଗଲ ।

ହୃଦୟକୁ ଏମିତି

ଟୁକୁରା ଟୁକୁରା କରିଵାରେ

କି ଆନନ୍ଦ ପାଇଲ କେଜାଣିି,

ପ୍ରତ୍ୟେକ ତନ୍ତିରେ ଭରି ଦେଇଗଲ ବିଷ ।

ଜୁଆର ବିହୀନ ନିଥର ସମୁଦ୍ର ପର

ଲଙ୍ଗଳା ଆକାଶକୁ ଚାହିଁ ରହିିଥାଏ

ନିରବ, ନିିଶ୍ଚେଷ୍ଟ ।।


Rate this content
Log in

Similar oriya poem from Romance