STORYMIRROR

Rajesh Mund

Others

3  

Rajesh Mund

Others

ଯେଉଁ ଦିନ ମୁଁ ହସିଛି ..

ଯେଉଁ ଦିନ ମୁଁ ହସିଛି ..

1 min
13.8K


ଯେଉଁ ଦିନ ମୁଁ ହସିଛି...

ସେଦିନ ଅମାରାତି ଅନ୍ଧକାର

ଲୁହର ଲହ ଲହ ଜିହ୍ଵା,

ଆର୍ତ୍ତନାଦ ଭୟଙ୍କର ।।

ଯେଉଁ ଦିନ ମୁଁ ହସିଛି

ଦେଖିପାରିଲେନି କେହି,

ଖାଲି ଏଇ ଇର୍ଷାର ଆକାଶରେ 

ନକ୍ଷତ୍ରଟେ ହସୁଥିଲା ବିଦ୍ରୁପରେ ।

କଳା କଳା ଘୋଡାରେ ସବାର

ନିଶବ୍ଦ ଅଟ୍ଟହାସ୍ୟରେ ଓହ୍ଲାଇ ଆସିଥିଲା 

ଅଖଣ୍ଡ ଅନ୍ଧକାର ।।

କାହାର ବା ସୁଖ ଦୁଃଖ ବାଣ୍ଟିବାର ଅଛି,

କିଏ ବା ପଚାରିବ, କ'ଣ ପାଇଁ ହସୁଛୁ,

ଆଖିର ସଫେଦ କ୍ଷତରେ କାହିଁକି ମାଛି ବସିଛି ?

ସେଦିନ ସାନ୍ଧ୍ୟ ବେଳାରେ ଯେବେ ମୁଁ ହସିଛି,

ନଥିଲେ କେହି ମୋ ପାଖେ 

ତିନ୍ତିବାକୁ ସୁଖର ଦରିଆରେ,

ଅଧିକାଂଶ ସୁଖର ମୂଲ୍ୟବାନ ମୁହୂର୍ତ୍ତ

ଲୁହ ହେଇ ବୋହିଯାଇଛି ....

ଯେଉଁ ଦିନ ମୁଁ ହସିଛି ।।


Rate this content
Log in