STORYMIRROR

Bindu Nibedita

Inspirational

2  

Bindu Nibedita

Inspirational

ବାଟହୁଡା ଗଣତନ୍ତ୍ର..!!!

ବାଟହୁଡା ଗଣତନ୍ତ୍ର..!!!

1 min
13.3K


କବି ଜଣେ କହିଥିଲେ.....

ଗଣତନ୍ତ୍ର ଗଣମତଠାରୁ ଅଧିକ

ଗଣିତ ମନ୍ତ୍ର ଏଠି...I 

ବିଭାଜକ ସ୍ଥାନ କାଳ ପାତ୍ର - 

ଜାତି ଧର୍ମ ବର୍ଣ୍ଣ ଇତ୍ୟାଦି ଇତ୍ୟାଦି...I 

ସଠିକ ବିଭାଜନ କର ଆଉ ଭାଗଶେଷ ରଖ...

ନିଜ ପୁଅ ଝିଅ ଉତ୍ତର ଦାୟାଦଙ୍କ ପାଇଁ...I 

ବେଶ୍..........!!!

ବାଟ ଫିଟିଗଲା ନିରଙ୍କୁଶ କ୍ଷମତା ଓ ଶାସନର ପାଇଁ...I 

ଆଉ ଏ ଦେଶ ଓ ଦେଶବାସୀ ହୋଇ ଚାଲିଥିବେ ଭାଜ୍ୟ..

ଜାତି ଧର୍ମ ଓ ବର୍ଣ୍ଣ ନାଁରେ ଚିରକାଳ ପାଇଁ...I 

ନା...ନା... ସେକଥା ନୁହେଁ...!!!

ପ୍ରତାରିତ ହେବାରେ କିଛି ଅସୁବିଧା ନାହିଁ..;

ଖାଲି ଲୋଡା ଟିକେ ବୋତଲ ପାଣି..;

ଆଉ ନୋଟ କେତେ ଖଣ୍ଡି ଓ ତା ସହିତ  

କିଛି ସତ ମିଛ ପ୍ରତିଶ୍ରୁତିର ପୁଡ଼ିଆ ଦେଖେଇ...I 

ଗଣତନ୍ତ୍ର... ନୁହେଁ କି ଗଣିତର ଖେଳ..!!!

ଖାଲି ଯାହା ପହଞ୍ଚିବାର ଅଛି ସେ ମ୍ୟାଜିକ ନମ୍ବର...I 

ବାସ୍..!!! ତାପରେ- ସଂସ୍ଥା..ସରକାର..ବ୍ୟବସ୍ଥା 

ସବୁ ତ ବାଁ ଡାହାଣ ର ଖେଳ...I 

ଖାଲି ହାତେ ଆସ କିଛି ଚିନ୍ତା ନାହିଁ  

ଗଲା ବେଳକୁ ଫେରିବ କୁବେର ଭଣ୍ଡାର କୁ ନେଇ ..I 

କେତେ ନାମୀ କେତେ ବେନାମୀ 

ତାର ହିସାବ ବି କେହି ଦେଖିବାକୁ ନାହିଁ..I  

ପାଠ ପଢା ଜ୍ଞାନ..!! ବାଧ୍ୟ ବାଧକତା ନାହିଁ  

ଖାଲି ଥିବ ଟିକେ କରିତକର୍ମା ଲୋକ ...!!!

ସତକୁ ମିଛ...ମିଛକୁ ସତ କରିବାରେ ଥିବ ପାରଙ୍ଗମ..I 

ଆଉ ଆଖିରେ ଆଙ୍ଗୁଠି ଦେଖେଇ କଥା କହୁଥିବ..I 

ତାପରେ..!!!.ଚିନ୍ତା ନାହିଁ...!!

ଜାଣ..ରାଜଗାଦି ଥୁଆ ପୁରା ପାଞ୍ଚ ବର୍ଷ ପାଇଁ..I 

ଧୋଇ ଶୁଖେଇ ଖାଉଥାଅ...

କୁମ୍ଭୀର କାନ୍ଦଣା କାନ୍ଦୁଥାଅ..I  

ଜନତା ବି ଆଖି ବୁଜିଦେବେ

ଆଖି ଥାଉ ଥାଉ ଅନ୍ଧ ହେବେ ..I

ଭଳିକି ଭଳି ଲୋଭନୀୟ ପ୍ରତିଶ୍ରୁତିର ଲଲିପପ

ପୁଣି ଦେଖେଇ ପାଞ୍ଚ ବର୍ଷପରେ ଉଭାହେବ.. I

ରାଜଗାଦି ସିନା ଗଲା---- 

ହେଲେ ରାଜା ରହିଗଲେ ନେତାଙ୍କ ସାମନ୍ତବାଦୀ ଚିନ୍ତାରେ..I  

କିନ୍ତୁ କାନ ପବିତ୍ର ହେଲା ଖାଲି..

ଭାଷଣ ଶୁଣି ସାମ୍ୟବାଦୀ ଆଉ ସମାଜବାଦୀ କଥାରେ..I 

ଏଇତ ଆଜିର ଗଣତନ୍ତ୍ର..!!! 

ପୁରୁଷ ପୁରୁଷ ଧରି କ୍ଷମତା ର ରାଜ ଫାଶ..;

ଗଣତନ୍ତ୍ରର ମୁଖା ତଳୁ ରାଜତନ୍ତ୍ର କରୁଥିବ ଉପହାସ..I 

ନୋଟ ନେଇ ଭୋଟ କିଣାର ରାଜନୀତି ଗୋଟି ଚାଲୁଥିବ..; 

ଗଣ ନୁହେଁ ଜଣତନ୍ତ୍ର ର ଜୟଗାନ ହେଉଥିବ...II

**ବିନ୍ଦୁ**


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational