STORYMIRROR

Bindu Nibedita

Inspirational

3  

Bindu Nibedita

Inspirational

ବାପା

ବାପା

1 min
24.8K


ବାପା..!!

ଦୁଇଟି ମାତ୍ର ଶବ୍ଦର ସମାହାର ।।

କିନ୍ତୁ କେତେ ଓଜନଦାର ସତେ !!

ଆକାଶ ପରି ବିଶାଳ,

ସୂର୍ଯ୍ୟ ପରି ସ୍ଥିତପ୍ରଜ୍ଞ;

ଆଉ ପର୍ବତ ପରି ଚିର ଅଟଳ ।।

ବାପା ଥିଲେ ଲାଗେ

ସତେ ଯେମିତି

ଆମ ମୁଣ୍ଡ ଉପରେ ସୁଦୃଢ ଛାତ...

ଆଉ ଅଦୃଶ୍ୟ ଛତାଟିଏ ସବୁବେଳେ ଥାଏ -

ବେଳ ଅବେଳର ଅଦିନ ମେଘ ପାଇଁ ।।

ଢାଲ ପରି ଠିଆ ହେଇଥାଏ...

ଆମକୁ ପଛରେ ରଖି

ଯେତେ ସବୁ ବିପଦ ଆପଦକୁ -

ସାମନା କରିବା ପାଇଁ ।।

ଆଉ ବାପା ନ ଥିବା ଘର..!!!

ଲାଗେ ସତେ ଯେମିତି ଉଜୁଡା କ୍ଷେତ ।।

ଅଦିନ ଝଡ଼ରେ ଭାଙ୍ଗି ପଡିଥିବା

ଅଧା ଭଙ୍ଗା ଗଛ ।।

ଝାଞ୍ଜି ବୋହୁଥିବା ଉତ୍ତପ୍ତ ମରୁ ପ୍ରାନ୍ତ ।।

ଆଉ ଅହରହ ସନ୍ତୁଳି ହେଉଥିବା ମନ ଶାନ୍ତ ।।

କେଜାଣି ବାପା ପୁଣି କେବେ ଫେରିବେ...

ବୋଧେ ପ୍ରତୀକ୍ଷା କରିବାକୁ

ପଡିବ ଜନ୍ମ ଜନ୍ମାନ୍ତର ।।

ବିନ୍ଦୁ ନିବେଦିତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational