STORYMIRROR

Bindu Nibedita

Others

2  

Bindu Nibedita

Others

ସ୍ବପ୍ନଜୀବି ଏ ମନ..!!

ସ୍ବପ୍ନଜୀବି ଏ ମନ..!!

1 min
6.3K


ଆସ ସାଥି ଯିବା ଦୂରେ -

ସ୍ୱପ୍ନ ନଈ ଆର ପାରେ.,

ଦେବାକୁ ଜୀବନ୍ୟାସ -

ସାଇତା ସ୍ମୃତି କୁ ଥରେ..II

ଅପେକ୍ଷା ରେ ଅଛି ସେଠି

ଆମ ପ୍ରୀତି ର ସନ୍ତକ ..

ଅର୍ଦ୍ଧ ଭଗ୍ନ ବାଲି କୋଠି.II

ହାତ ରେ ହାତ କୁ ଧରି

ଭଙ୍ଗା ଘର ନେବା ଗଢି.II

ଗଢୁ ଗଢୁ ଗଲେ ଥକି,

ତୁମ କୋଳେ ମଥା ରଖି..

ଶୋଇବାକୁ.. ଭାରି ଇଚ୍ଛା ସଖି.II

ତୁମ ଅକୁହା ଆଖିର ଭାଷାକୁ ମନେରଖି.;

କଟିଯିବ..!!ଆଉ ଯାହା ଆୟୁଷ ବି ଅଛି ବାକି..II


କଳ୍ପନା ର ବେଳାଭୂଇଁ..,

ସାଇତିଛି ଆମପାଇଁ

ସ୍ମୃତି ର ସିପ ଶାମୁକା ମୋତି -

କେତେ ଯେ ଅପାଶୋରା ଅନୁଭୂତି ,

ତା ସାଥେ ଆସିବ ଉଇଁ

ଆମ ପ୍ରିୟ ଜହ୍ନ ରାତି ।।

ଗୋଟି ଗୋଟି ତାରା ଫୁଲେ ଖଞ୍ଜିଦେବା

ସ୍ମୃତି ର ଶାମୁକା ମୋତି,

ନାଁ ଲେଖିଦେବା ସେଠି

ତୁମେ ଆଉ ମୁଁ ମିଶି ।।


ଯେବେ ଗଗନେ ଆସିବ ଶଶୀ

ସ୍ମୃତି ର ତାରା ଫୁଲ ବିଞ୍ଚି ବିଞ୍ଚି

ଦୂରେ ଦେଖୁଥିବି ଥାଇ

ତୁମ ଛଳ ଛଳ ଆଖି ଦୁଇ

ଦେଖିପାରିବ କି କାହିଁ -!!

ଦରଦୀ ମନ ଟେ ନେଇ,

ଲୁହ ର କାକର ହୋଇ -

ଝରୁଥିବି ନିଶୀଥ ରେ

ତୁମରି ପରଶ ପାଇଁ..II


ନହୁଲି ହାତ ରେ ସେ କାକର ବିନ୍ଦୁକୁ

ଥରେ ଯେବେ ଦେବ ଛୁଇଁ..!!

ଅହରହ ସନ୍ତୁଳିତ ସ୍ୱପ୍ନଜୀବି ମନ ମୋର

ଅସୀମ ସନ୍ତୋଷେ ଯିବ ଶୋଇ.II


*ବିନ୍ଦୁ ନିବେଦିତା*


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍