ବାଇଚଢ଼େଇ
ବାଇଚଢ଼େଇ


ବାଇ ଚଢ଼େଇରେ ବାଇ ଚଢ଼େଇ
ବାଆ ବତାସକୁ ଡର ତୋ ନାହିଁ ।
ସୂତା ବୁଣି ବସା ବାନ୍ଧୁ ଚଞ୍ଚଳେ
ଝୁଲୁଥାଉ ତାଳ ବାହୁଙ୍ଗା ତଳେ।
ନୀଳ ଗଗନରେ ଭାସି ବତାସେ
ଉଡ଼ୁଥାଉ ବୁଲି ଖୋଲା ଆକାଶେ ।
ଶୀତଳ ପବନ ତୋ ଦେହେ ଲାଗେ
ସବୁ କାମେ ରହୁ ତୁ ସଦା ଆଗେ ।
ଗହନ ବନରେ ଖୋଜୁ ଆହାର
ଶକତ ମନଟି ଅଟେ ତୋହର ।
ଜାଣି ନାହୁଁ ବୋଲି କପଟ ଛନ୍ଦ
ସେଲାଗି ଦଇବ ରଖିନି ମନ୍ଦ ।
ସୁବାସ ସୁମନ ସମ ଜୀବନ
ବିହଙ୍ଗ ଜାତିଟା ତୋ ଲାଗି ଧନ୍ୟ ।
ଶିଖରେ ମାନବ ଏ ଦିନଚର୍ଯ୍ୟା
ଯାହା କରେ ବାଇ ଚଢ଼େଇ ରଜା ।
ରଖିଥିଲେ ଧର୍ମ କର୍ମରେ ମନ
ବିଭୁ କୃପା ପାଇ ହେବ ମହାନ ।
ନାହିଁ ପ୍ରଭୁ ବିନା ମୁକତି ପଥ
କହେ ଏହି ବାଣୀ ଅମର ନାଥ ।