ଅସହ୍ୟ ଗୁଳୁ ଗୁଳି
ଅସହ୍ୟ ଗୁଳୁ ଗୁଳି
ଅସହ୍ୟ ଗୁଳୁ ଗୁଳି ଚାଲିଛି ଗ୍ରୀଷମେ
ରହି ହେଉ ନହିଁ ଶାନ୍ତିରେ
ଦ୍ବାଦଶ ସୁର୍ଯ୍ୟ ସତେହେଲାକି ଉଦୟ
ରକ୍ତ ଫୁଟୁଅଛି ତାତିରେ ।
ନାହିଁ ସୁଖ ନାହିଁ ଶାନ୍ତି ନାହିଁ ତୃପ୍ତିତ
ଏହି ମରୁମୟୀ ଧରାରେ
ମାନବ ଜୀବନ ତ ସକଳ ନିରସ
କାଳକୁଟରସ ଖାଲି ଝରେ ।
ବିଷାଦର ଗାଥାକୁ ଗାଇ ଅହରହ
ହୋଇଛି ବିକଳ ଅତି
ରଖିଦେ ରେ କବି ସୁଖର କାହାଣୀ
ଗାଇଯା ବିକଳ ଗୀତି ।
ସରଗରୁ ସୁଧା ଝରିପଡୁ ଆଜିରେ
ବରଷାର ଝର ପରି
ଜଗତ ପରାଣୁ ଦାରୁଣ ପିପାସା ବି
ଯାଉ ଦୁରେ ଅପସରି ।
ଆଜି ସିନା ଖାଲି ଏ ଅଜର ରୋଦନ
ଜଗତେ ବାଢିଛି ଗ୍ରୀଷ୍ମ
କେ ବୁଝିବ ଆଜି ଆଦିତ୍ୟ ରହସ୍ୟକୁ
ମରତେ ତା ରଶ୍ମି ତୀକ୍ଷ୍ମ ।
ଏ
ଜୀବନ ଥିଲା ସରସ ସୁନ୍ଦରର
ଅମୁର୍ତ୍ତ ର ଗନ୍ତାଘର
ତ୍ରାହି ତ୍ରାହି ବୋଲି ଡାକନ୍ତିନି କେହି
ମନ ଲାଗୁଥିଲା ସୁକର୍ମର ।
ଆଜି ସେହିଦିନ ତ ଚାଲିଯାଇଅଛି
ବଂଚିବାକୁ ପଡେ ବାଗରେ
ଅବାଗିଆ ହେଲେ ଗ୍ରୀଷମ ବାଘଟା
ଗିଳିଦେବ ତୋତେ ରାଗରେ ।
ଗଛକାଟିଦେଲୁ ଓ ତଡାଗ ପୋତିଲୁ
କୋଠା କରିଦେଲୁ ବାଟରେ
ମିଛେ ଖାଲି ଖୋଜୁ ସୁଖ ସୁଖ ବୋଲି
ସୁଖ ଚାଲେ ସୁର୍ଯ୍ୟ ଛାଟରେ ।
ବିତର୍କ ନକରି ସତର୍କ ରୁହ ଭାଇ
ପ୍ରକୃତିର ପ୍ରିତି ଜାଗରେ
ତା ସୈାନ୍ଦର୍ଯ୍ୟ ତମେ ନଷ୍ଟ କରିଦେଲେ
ସୁର୍ଯ୍ୟ କି ଚାଲିବ ଢଂଗରେ ।
ବର୍ତମାନ ଛଡାଇ ଦେଉଛି ଜୀବଂକ
ପାପ ପ୍ରକୃତିକୁ ବାଗରେ
କେମିତି ସହିବ ତ ଗ୍ରୀଷ୍ମର ପ୍ରକୋପ
ଆଗକୁ ପ୍ରକୃତି ଜଗରେ ।