STORYMIRROR

Smruti Ranjan Panigrahi

Inspirational

3  

Smruti Ranjan Panigrahi

Inspirational

ଅଫିସ୍ ବାହୁଡା

ଅଫିସ୍ ବାହୁଡା

1 min
13.6K


ସେମାନେ ଫେରନ୍ତି ଅଫିସ୍ ରୁ

ହାତେ ଧରି ସମାଜ କି ସ୍ୱର୍ଣ୍ଣଚମ୍ପା ଧୂପକାଠି

ସେମାନେ ଫେରନ୍ତି ଯେବେ ସଂଜ ହେଲେ

ଇଟା କାନ୍ଥ ପଲସ୍ତରା ବସାକୁ ବାହୁଡି

(ତାଂକ) ଓଠତଳେ ଥିବ ସ୍ମିତ ହାସ୍ୟ

ପ୍ରଶାନ୍ତି ସୌରଭ ଉଠେ ଉକୁଟି ଉକୁଟି...

ଏତେବେଳେ ଆକାଶରେ କେଇ ଜୋଡା ଫୁଟେ ସଜ ଫୁଲ

ଏତେବେଳେ ଜକ ଜକ ହେଇ ଜଳେ

 ଜହ୍ନ କିମ୍ବା ତାରାର ମଶାଲ

ଏତେଵେଳେ ରାଢି ସାହି ଆଖଡାରୁ ଧୂଆଁ ଉଠେ

ସଂଜ ନିଏ ସୂର୍ଯ୍ୟଙ୍କର କାନ ମୋଡି

ସେମାନେ ଫେରନ୍ତି ସେହି ଚିହ୍ନା ହସ ଧରି

ନୁହେଁ ଜଡ, ସୁଖ ନୀଡ ବସାକୁ ବାହୁଡି......

ଏହି ବର ଗଛ ତଳେ ପଲେ ଚିରିଗୁଣି ପଲ

ହୁଏତବା ଗୋଲ୍ ହେଇ ବସିଥିବେ

କରୁଥିବେ ପେଟ ପାଇଁ ଦାନାର ଖିଆଲ

ସଂଜ ପରେ ଏପଥର ଶୂନ୍ ଶାନ୍ ଧୂଳି ଯାଏ ଉଡି

ସେମାନେ ଆସନ୍ତି ଅଫିସ୍ ର କାମ ସାରି

ନିଜ ନିଜ ପରିଚିତ ବସାକୁ ବାହୁଡି......


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Smruti Ranjan Panigrahi

Similar oriya poem from Inspirational