Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jitu Giri

Abstract Others

2  

Jitu Giri

Abstract Others

ଅପେକ୍ଷାରେ

ଅପେକ୍ଷାରେ

1 min
128



କାକର ଭିଜା ମନ ଭିଜାଭିଜା ଘନବନ

ସଦ୍ୟସକାଳର ଚିକ୍ ମିକ୍ ଆଲୋକରେ

ଚୁନା ଚୁନା ବିଚ୍ଛୁରିତ ସେ ଆଭା

ସବୁକିଛି ପରିବର୍ତ୍ତିତ ରାତିକ ଭିତରେ

ମନ,ଚେତନା,ଦୃଷ୍ଟି,ଦୃଷ୍ଟିକୋଣ ।


ଚେନାଏ ଖୁସି ଟୋପାଏ ଆଶା

ଅପେକ୍ଷାରେ ନଦୀକୂଳେ ଏକାଏକା

ଖୋଜିବୁଲୁଚି ସମୟକୁ ବାନ୍ଧି ।

କାହା ପଣତରେ ଟିକେ ଢଳିଯିବ

କାହା କୋଳେ ଅବା ଲୋଟିଯିବ

କାହା ପାଦରୁ କାଦୁଅ ଧୋଇଦବ 

କାହା ମୁଣ୍ଡରୁ କଳଙ୍କ ଲିଭେଇଦବ ବୋଲି ।


କଷଣ ରେ ଉବୁଟୁବୁ ଜଗତ

ଲହଡି ଭାଙ୍ଗେ ବିଦ୍ୱେଷ ଅବିରତ

କାମ କାମୀଙ୍କ ନୀତି ପୁଣି ବିପରିତ ।

ଏ ଚେନାଏ ଖୁସି ନିଜେ 

ଝରି ଯିବାକୁ ଉଚ୍ଛୁକ

ନିଷ୍ପାପ ଆଦ୍ୟସିକ୍ତା କିସଳୟ ଉପରେ

କଳସିଟିଏ ହୋଇ,

ଧୋଇବାକୁ ମନ

ସେ ପାପଭରା କାଳିମାକୁ

ପୋଛିବାକୁ ମନ

କୋହଭରା ବେଦନାକୁ

ପରୀ ପରି କେତେକେତେ

କଳିକାର ଅଦୃଶ୍ୟ ଭାଗ୍ୟକୁ ।


Rate this content
Log in

Similar oriya poem from Abstract