STORYMIRROR

Shekhar Rath

Romance

3  

Shekhar Rath

Romance

ଅପେକ୍ଷା

ଅପେକ୍ଷା

1 min
1.1K

ଏକ ଅଜଣା ପ୍ରେମ ଋତୁ ର ଅଗମନ,

ସାଙ୍ଗରେ କିଛି ପ୍ରତାରଣ ର ବିଶ୍ଲେଷଣ ।

ଆଜି ତୁମେ ଦୂରେ ଥାଇ ବି ମୋ ପାଖରେ ଅଛ,

ଅଶ୍ରୁ ବନ୍ୟା ପ୍ରତିଟି ଛିଟା ରେ ଉପସ୍ଥିତ ଅଛ।  


ତୁମ ନିରବ ବାର୍ତ୍ତା ହିଁ ମୋତେ ମଶାଣି ଜୁଇ ରେ ଶୁଆଇ ଦେଲା,

ଦିନ ପରେ ରାତି, ରାତି ପରେ ଦିନ ଏମତି କେତେ ବର୍ଷ ବୀତି ଗଲା ।


ସୁନ୍ଦର ସେହି ସମୟ ଥିଲା,

ଯେବେ ମୋ ହୃଦୟ ତୁମ ନିଶ୍ୱାସ ରେ ଥିଲା। 

ସେହି ସଦ୍ୟ ପୁଷ୍ପ ପରି କୋମଳ ଚେହେରା

ଆଜି ବି ଶରୀର ରେ ଶିହରଣ ସୃଷ୍ଟି କରେ

ମେଘ ବି ତୁମ ଚେହେରା ଦେଖିଲେ ଆକାଶ ରୁ ପୁଷ୍ପ ବୃଷ୍ଟି କରେ। 


ଆଜିବି ସେ ବର୍ଷା ରେ ଭିଜିଲେ ଲାଗେ ତୁମେ ମୋ ପାଖରେ ଅଛ

କାହିଁକି କେଜାଣି ମନେହୁଏ ତମେ ଦୂରେ ଥାଇ ଏକ ଅଜଣା ନିଶ୍ୱାସ ଭରୁଛ। 


ଆଉ କେତେ ଋତୁ ସେହି ନଈ କୂଳ ରେ କଟିବ,

ଲାଗୁଛି ଯେ ତୁମକୁ ପାଇବା ପାଇଁ ମୋ ଜୀବନ ଏକ ତପସ୍ୟା ରେ ବିତିବ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance