Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijoy Jena

Inspirational

3  

Bijoy Jena

Inspirational

ଅନେକ ଜନ୍ମର

ଅନେକ ଜନ୍ମର

1 min
175



ଅନେକ ଜନ୍ମର ପୁଣ୍ୟ କର୍ମ ବଳେ

   ମିଳିଛି ମଣିଷ ଜନ୍ମ

କାଳିଆରେ ତୁହି ସବୁ ତ ଜାଣିଛୁ

   ହେଉଛୁ କାହିଁକି ବାମ।


ଯେତେ ଚେଷ୍ଟା କରି ବିଫଳ ହେଲିଣି

   ଛିନ୍ନ ନ ହୁଏ ବନ୍ଧନ

ସେ ବନ୍ଧନ ରଜ୍ଜୁ ଏତେ ଶକ୍ତିଶାଳୀ

   ଭିଡି ଧରଇ ପରାଣ।


ଶେଷରେ ବୁଝିଲି ଆଶ୍ରୟ ଲୋଡିଲି

   ତୋ ପାଦେ ନିଏ ଶରଣ

ଏଇ ବିଶ୍ୱାସକୁ ରଖିଛି ସାଇତି

   ଲୋଡା ନାହିଁ ଧନ ମାନ।


ବିଚିତ୍ର ସଂସାର ବିଚିତ୍ର ତୋ ଲୀଳା

    ମୁଁ ଛାର ମଣିଷଟିଏ

ଭାବି ପାରେ ନାହିଁ ଲୀଳା ଅପାରକୁ

    ଭକ୍ତିରେ ମୋ ଦିନ ଯାଏ।


ତୋ ନାମ ଶ୍ରବଣ ତୋ ନାମ କୀର୍ତ୍ତନେ

    ଶେଷ ହେଉ ଏଇ ଜନ୍ମ

କାଳିଆରେ ତୁହି ଗୁହାରି ଶୁଣିବୁ

    ତୋ ଲାଗି ହେବି ମୁଁ ଧନ୍ୟ।



Rate this content
Log in

Similar oriya poem from Inspirational