ଅଵିଵେକୀ
ଅଵିଵେକୀ
ନିରୀହ ତା ଚାହାଣୀ
ମୁରୁକି ହସି ନିଏ ତୁମ ମନକୁ କିଣି
କାପୁରୁଷ ସିଏ
ପାଏ ପାପ ଓ ଅନ୍ଧାରକୁ ହୃଦୟରୁ ଭଲ
ବିଶ୍ୱାସେ ମିଶାଏ ବିଷ
ସାଜି ବିଶ୍ୱାସଘାତକ
ମିଠା ତାର କଥା
ପୁଣି
ଅଜାଡ଼ିଦିଏ ଦେଖାଣିଆ ଅସରନ୍ତି ସମ୍ମାନ
ନଇଁ ତାର ମଥା
କହି ହୁଏନି
କି ସହି ଵି ହୁଏନି
ବେଦରଦୀ ସିଏ
ଭାବନାହୀନ
ଆଉ ହୃଦୟହୀନ ଵି
ଅକାଳେ ଦେଖାଏ ତାର ଅସଲ ଚେହେରା
ଖୋଲି ତାର ମୁଖା
ସୁନା ମନକୁ ଚୂନା କରେ
ଭାଙ୍ଗେ ସାତସପନ
ଜାଳିଦିଏ ନିରୀହ ସଂସାର
ଆଉ
ଭସ୍ମ କରେ ଧନ, ରତ୍ନ, ଜୀବନ l