ଅଧା ଲେଖା ଚିଠି
ଅଧା ଲେଖା ଚିଠି
ସକାଳ ପହରୁ,
କିଛି ଖୋଜୁଖୋଜୁ
ହଠାତ୍ ଠପ୍ କିନା ପଡ଼ିଗଲା ଚିଠିଟିଏ
ଆଲମାରିର, କେଉଁ ଏକ ଅଦୃଶ୍ଯ ସହରୁ ।
ଅଜାଣତରେ ହାତ
ତା’ଆଡ଼କୁ ଚାଲିଗଲା,
ମାଟିରୁ ସାଉଁଟି ଆଣି
ଅପଲକ ନୟନେ ଚାହିଁଲି ତାକୁ।
ଅନୁଭବ କଲି
ତା'କଳେବର ଭିତରେ
ଭରି ରହିଥିବା କୋହ ଓ ଦାହକୁ ,
ଶୁଣିଲି ଭଗ୍ନାତ୍ମା ପାଣ୍ଡୁଲିପିର କରୁଣ ଚିତ୍କାରକୁ
ସତେ ଯେପରି ସେମାନେ ମୋତେ ଡାକୁଛନ୍ତି,
ତାଙ୍କର ପୂର୍ଣ୍ଣତା ସକାଶେ;
ଅପେକ୍ଷା କରିଛନ୍ତି ଅନାଦି କାଳରୁ!
କିଛିଟା ମୁହୂର୍ତ୍ତ ପାଇଁ,ଅସ୍ମିତା ହରାଇ
ମୁଁ ଚାଲିଗଲି ଏକ ଭିନ୍ନ ଦୁନିଆକୁ
ଯେଉଁଠାରେ ମୁଁ ସର୍ଜିଥିଲି ଏ ଚିଠିକୁ ।
ନୀରବିଗଲା କଲମ୍,ଅଧାରହିଗଲା ଚିଠି
ଭାଙ୍ଗିଗଲା ତାଜମହଲ,
ବୋମା ବିସ୍ପୋରଣରେ !
