STORYMIRROR

ସିଦ୍ଧାର୍ଥ ସାଗର ବଗର୍ତ୍ତୀ

Romance

3  

ସିଦ୍ଧାର୍ଥ ସାଗର ବଗର୍ତ୍ତୀ

Romance

ଅଭୁଲା ରାତି

ଅଭୁଲା ରାତି

1 min
437


ମୋତେ ସେ ସମୟର ଅପେକ୍ଷା, 

ଯେବେ ତୁମେ ମୋ ପାଖରେ ଥିବ,

ମୋ ମୁଣ୍ଡ ତୁମ କୋଳରେ ଥିବ 

ଓ ତୁମ କେଶ ମୋ ଗାଲକୁ ସହୋଲଉ ଥିବ,

ତୁମର କୋମଳ କୋମଳ ହାତ ଯେବେ ମୋ ହାତରେ ଥିବ,

ସେହି ସମୟେ ସନ୍ଧ୍ୟା ରଙ୍ଗିନ, 

ଶ୍ବାସ ମଦହୋସ ଥିବ,

ମୁଁ ଯେବେ ତୁମ ହାତଧରି ଟାଣିବି, 

ଟିକେ ହସି ଆଖିରେ ଲାଜେଇବ,

ହାଏ.....ସେ ସମୟରେ ଜ୍ୟୋସ୍ନା ବି ତୁମକୁ ଦେଖି ରାଗରେ ଜଳି ଯିବ,

ଯେବେ ପ୍ରେମର ନିଶା ସବୁ ଆଡେ ଛାଇ ଯିବ, 

ରାତି ବି ଖୁ...ବ ଅନ୍ଧକାର ଥିବ ମହୁଲି ମଲୟ ବି ଖୁବ ଜୋରରେ ବହୁଥିବ,

ସେତେବେଳେ କମ୍ପୁ ଥିବା ମୋ ଦେହକୁ ତୁମେ ହିଁ ସାହାରା ଦେବ,

ଯେବେ ତୁମ କେଶକୁ ତୁମ କାନ୍ଧରୁ କାଢିବି, 

ମୋ ହାତର ସ୍ପର୍ଶରେ ତୁମେ ଚହଲି ଯିବ,

ତୁମ କେଶରୀ ରଙ୍ଗର ସୁଟ୍କୁ ଯେବେ ହାଲୁକାରେ ଛୁଇଁବି ତ,

ସରମରେ ତୁମେ ମୋତେ ଛାତିରେ ଜାବୁଡି ନେବ,

ଓହ...ତୁମ ଶରୀରର ବନ୍ଧନର ଊତ୍ତପ୍ତଟା ମୋତେ ଚୁପ କରେଇ ଦେବ,

ଓ ତୁମ ବାହୁ ବନ୍ଧନରେ ମୋତେ ନିଶା ସୁପ୍ତ କରିଦେବ ପ୍ରାୟ,

ଓହ...ସେଇ ତୁମର ପ୍ରଥମ ଛୁଆଁ ମୋ ଅଣ୍ଟାକୁ ସହଲେଇବା,

ମୋର ମନରେ ନୂଆ ନୂଆ ରଙ୍ଗ ରୋମାଞ୍ଚିତ ଓହ ଭୁଲିବା ମୋ ପକ୍ଷେ ଅସମ୍ଭବ,

ପରେ ତୁମ ଓଠକୁ ମୋ ପାଖକୁ ଆଣି ମୋ କାନକୁ ଚାବିଦେବ,

ପରେ ମୁଁ ତୋର ଓଠକୁ ମୋର ଓଠରେ ଏମିତି ମିଶେଇ ବି ଯେ,

ତୁମ ଲାଜର ପାଣିକୁ ମୁଁ ମୋ ଓଠରେ ପିଇ ନେବି,

ହାଏ ସେହି ସମୟ ତୁମକୁ ଦେଖିବା ଯେମିତି

ତାରାର ଚକ୍ ମକ୍ ରେ ତୁମ ମୁହଁ ଏମିତି ଝଲସି ଉଠିବ 

କି ତୁମ ମୁହଁର ରଶ୍ମିରେ ଜାହ୍ନବୀ ବି ଫିକା ପଡିବ,

ରାତିର ନିଶାରେ ଏମିତି ହଜିଯିବ ଯେ କେବେ ଭୁଲିନପାରି ଥିବା ରାତି ଆଜି ଆସିଯିବ,

 ଆଗକୁ ଯାଇ ସବୁ ଭୁଲିପାର କିନ୍ତୁ ଏହି ରାତି ଆଉ କେବେ ଭୁଲିନ ପାରିବ,

ହୃଦୟ କହିବ ଏ ରାତି, ତୁ ସରିଜାନି ତୋର ମୋର ଏମିତି ପ୍ରିତି ଚାଲିଥାଉ..

ସଦା ସର୍ବଦା ପ୍ରେମମୟହୋଇ...,



Rate this content
Log in

More oriya poem from ସିଦ୍ଧାର୍ଥ ସାଗର ବଗର୍ତ୍ତୀ

Similar oriya poem from Romance