STORYMIRROR

Ghanashyam Biswal

Romance

3  

Ghanashyam Biswal

Romance

ଅଭୁଲା ଦିନ

ଅଭୁଲା ଦିନ

1 min
464

ଅସମୟେ ନିଃସହାୟେ

ଗଣୁଥିଲି କ୍ୟାଲେଣ୍ଡରର ତାରିଖମାନଙ୍କୁ

ଥିଲି ଅପେକ୍ଷାରେ ମୃତ୍ୟୁର ଆଗମନେ

ଶିଥିଳ ନିଃଶ୍ୱାସ ଆଉ ଶୀତଳ ଶରୀର

ବିରହ ବେଦନା ପୁଣି ଛାତିର ଆଘାତ

ଥିଲି ସମ୍ପୂର୍ଣ ବ୍ୟଥିତ

ଜାଣିଥିଲି ମୃତ୍ୟୁ ସୁନିଶ୍ଚିତ

ଶୁଖିଲା ଓଠକୁ ଭିଜିଲା ଆଖି

ଛିଣ୍ଡା ଦଦରା ଆଶା

ଆଉ ଭଙ୍ଗା ସପନର ସୌଦାଗର ସାଜି

ସାଜିଥିଲି ବେସାହାରା ଯାଯାବର

ଭୁଲିଯାଇଥିଲି ମରିବା ଆଉ ଜିଇଁବା ଭିତରେ ଥିବା ତଫାତ

ଏମନ୍ତ ସମୟେ ତୁମେହିଁ ତ

ହାତଧରି ଠିଆହେବା ଶିଖାଇଲ ଆଉଥରେ

ଆଣି ନୁଆଁ ନୁଆ ସପନ ସାଥିରେ

ଜିଇଁଲି ଆଉଥରେ

ହସିବାକୁ ମନେ ପକାଇ

ନୁଆ ସାଥୀଟେ ପାଇ..........



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance