ଅଭୁଲା ଦିନ
ଅଭୁଲା ଦିନ
ଅସମୟେ ନିଃସହାୟେ
ଗଣୁଥିଲି କ୍ୟାଲେଣ୍ଡରର ତାରିଖମାନଙ୍କୁ
ଥିଲି ଅପେକ୍ଷାରେ ମୃତ୍ୟୁର ଆଗମନେ
ଶିଥିଳ ନିଃଶ୍ୱାସ ଆଉ ଶୀତଳ ଶରୀର
ବିରହ ବେଦନା ପୁଣି ଛାତିର ଆଘାତ
ଥିଲି ସମ୍ପୂର୍ଣ ବ୍ୟଥିତ
ଜାଣିଥିଲି ମୃତ୍ୟୁ ସୁନିଶ୍ଚିତ
ଶୁଖିଲା ଓଠକୁ ଭିଜିଲା ଆଖି
ଛିଣ୍ଡା ଦଦରା ଆଶା
ଆଉ ଭଙ୍ଗା ସପନର ସୌଦାଗର ସାଜି
ସାଜିଥିଲି ବେସାହାରା ଯାଯାବର
ଭୁଲିଯାଇଥିଲି ମରିବା ଆଉ ଜିଇଁବା ଭିତରେ ଥିବା ତଫାତ
ଏମନ୍ତ ସମୟେ ତୁମେହିଁ ତ
ହାତଧରି ଠିଆହେବା ଶିଖାଇଲ ଆଉଥରେ
ଆଣି ନୁଆଁ ନୁଆ ସପନ ସାଥିରେ
ଜିଇଁଲି ଆଉଥରେ
ହସିବାକୁ ମନେ ପକାଇ
ନୁଆ ସାଥୀଟେ ପାଇ..........

