STORYMIRROR

Basudev Jagat

Romance

3  

Basudev Jagat

Romance

ଅଭିମାନିନୀ ପ୍ରିୟା ମୋର

ଅଭିମାନିନୀ ପ୍ରିୟା ମୋର

1 min
149


ଅଭି ମାନିନୀ ଆଗୋ

ପ୍ରିୟା ମୋର ତୁମେ

ଆଉ ଅଭିମାନ କରନା

ରୂପେଲି ରୁପସୀ

ମୋ ନୀଳ ନୟନା

ନୟନରୁ ନିର ଝରାନା ।

ଛୋଟ ଛୋଟ କଥା

ମନେ ଦିଏ ବ୍ୟଥା

ଏ କଥାକି ତମେ ଜାଣନା

ମୋ ମନେ ଦରଦ

ଜଳଇ ବାରୂଦ

ମୁଁ ଅଧୁରା ତୁମ ବିନା ।

ତୁମେ ମୋ ଗେଲ୍ହେଇ

ମୋ ଦେହର ଛାଇଁ

ତୁମ ବିନା ନିଶ୍ୱାସ ଚାଲେନା

ତୁମେ ମୋର ଧନ

ଆକାଶର ଜହ୍ନ

ଆଉ ତମେ ରୁଷି ଯାଅନା ।

ଭାରି ଅଭିମାନୀ

ମୋ କଣ୍ଢେଇ ରାଣୀ

ସବୁ ଜାଣି ହୁଏ ଅଜଣା

ତାର ରାଗ ରୁଷା

ପ୍ରୀତିର ବରଷା

ମୋ ପାଇଁ ପ୍ରେମର ପାଉଣା।



Rate this content
Log in

Similar oriya poem from Romance