ଆଉ କିଛି ଅଛି କି
ଆଉ କିଛି ଅଛି କି
ମୁଁ ଖୁସି ହେଇଯାଇଥିଲି ଅଧା କଥାରେ,
ସମ୍ପୂର୍ଣ୍ଣ ଜାଣିବାକୁ ଚାହିଁନଥିଲି
ବୁଝିବାକୁ କି ବୁଝାଇବାକୁ ଚେଷ୍ଟା କରି ନଥିଲି ।
ଏବେ ତ ଲାଗୁଚି ସମୟ ଅତିକ୍ରାନ୍ତ ପ୍ରାୟ
କାରଣ କଣ ନା ...
ଆଜିକାଲି ତୁମେ ଭାବିସାରିଲଣି କି
ନା ମୁଁ ତୁମ ପାଇଁ ଉପଯୁକ୍ତ !
ନା ମୁଁ ସମର୍ଥ ନା ଅଛି ମୋର ସାମର୍ଥ୍ୟ କିଛି !
ନା ମୋର ଚେଷ୍ଟା ଅଛି ନା କିଛି ଆଶା !
ବୁଝାଇବି ଯଦି ଭାବିନେବ ତୁମେ
ତୁମ ଆଗେ ବାହାନା କରୁଛି ଛଳନା କରୁଛି
ତୁମେ ତ ମାପିଦେଉଛ ମୋତେ ମାପକାଠିରେ ।
ବାସ୍ ଏତିକି ପରେ ଆଉ କିଛି କହିବାର ଅଛି କି ମୋର ???

