ଫେରିଆସ
ଫେରିଆସ
ତୁମେ ଏଇ ମୋର ସ୍ବରରେ କେତେ ଭିଜିଛ
ଭାବରେ ବାନ୍ଧି ହେଇଛ ?
ତାଳି ତ ଗୋଟେ ମାରିଥିବ ନା ?
ମନେ ମନେ ଥରେ ବାହାବା ଦେଇଥିବ !
ଆସ କେବେ ଆଉ ଟିକେ ନିକଟତର ହୋଇ
ଶୁଣିବ କିଛି ଅସଜଡ଼ା ଭାରୀ ଶବ୍ଦ
ଗୁନ୍ଥିନେବ ଜଟିଳ ଯନ୍ତ୍ରଣାର ସୂଚୀପତ୍ର
ସ୍ଥିରସ୍ଥାଣୁ ପାଲଟିଯିବ,
ନିଜ ଲୋତକ ବର୍ଷାରେ ଭିଜିଯିବ ।
