STORYMIRROR

Akshya kumar Panda

Inspirational

3  

Akshya kumar Panda

Inspirational

ଆତ୍ମା ତାର କାନ୍ଦେ କଁଇ କଁଇ

ଆତ୍ମା ତାର କାନ୍ଦେ କଁଇ କଁଇ

1 min
13.8K


ଆତ୍ମା ତାର କାନ୍ଦେ କଇଁ କଇଁ.....

କୁନ୍ଦୁଲି ପିଡୀତା ଆତ୍ମହତ୍ୟା କଲା 

ପ୍ରଶାସନ ଦେଖ ନିରବ ରହିଲା

ଧର୍ଷିତା ସେ ହେଲା 

ମିଥ୍ୟାବାଦୀ ହେଲା

ପିଡୀତାର କଣ୍ଠରୋଧ କରାଗଲା

ଆତ୍ମା ତାର କାନ୍ଦେ କଁଈ କଁଈ

ଅନ୍ୟାୟ ଆଗରେ ନ୍ୟାୟ ସତେ ଗଲା ଶୋଇ?

ରାକ୍ଷସ ପ୍ରବୃତ୍ତି ରକ୍ଷକ ସାଜିଲା 

ସରଳ ଝିଅ ର ଇଜ୍ଜତ ଲୁଟିଲା

ବଂଚିଥିଲା ବେଳେ କଲ ପ୍ରତାରଣା 

ଚାଲିଗଲା ପରା କୁମ୍ଭୀର କାନ୍ଦଣା 

 ଆତ୍ମା ତାର କାନ୍ଦେ କଇଁ କଇଁ

ଅଧର୍ମ ଆଗରେ ଧର୍ମ ଗଲା କି ଉଭେଇ ?

ଚାଲିଗଲା ପରେ ଶୁଭେ କୋଳାହଳ 

ଚକାଜାମ ଆଉ ରାଜନୀତି ଖେଳ 

ଏତେସବୁ କଲେ କହିକି ପାରିବ 

ଦୋଷୀ ପାଇବ ତା କଲା କର୍ମ ଫଳ 

ସେ ପାରିରେ ଥାଇ 

ପିଡୀତା କହଇ

ମଲାପରେ ନ୍ୟାୟ ମିଳିବ କି ନାହିଁ 

ଆତ୍ମା ତାର କାନ୍ଦେ କଁଈ କଁଈ

ନ୍ୟାୟ ଦେଲେ ଆତ୍ମା ମୋର ଯିବ ମୋକ୍ଷ ହୋଇ.....

ଅକ୍ଷୟ କୁମାର ପଣ୍ଡା

ପଦ୍ମପୁର ରାୟଗଡା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational