STORYMIRROR

Akshya kumar Panda

Romance

2  

Akshya kumar Panda

Romance

କହିବ କି.....

କହିବ କି.....

1 min
2.4K


ସାଥି ତମେ ସାଜିଗଲ ମୂକ

ଭାଙ୍ଗିଦେଇ ସୁନାର ସମ୍ପର୍କ 

ତୁମ ବିନା ଶୁନା ଶୁନା ଲାଗେ 

ଆଜି ଏଇ ପ୍ରେମର କୋଣାର୍କ 

  କହିବ କି ଭୁଲ ଥିଲା ମୋର?

ଜୀବନ ମୋ ଥିଲା ଅନ୍ଧକାର 

ଆଲୋକିତ ତୁମେ କରିଥିଲ

କେଉଁ କାରଣରୁ ଆଜି ପ୍ରିୟା

ଅଧା ବାଟେ ଛାଡି ଚାଲିଗଲ

  କହିବ କି ଭୁଲ ଥିଲା ମୋର?

ମୁ ରାଜା ଥିଲି ତୋ ହୃଦୟର 

ତୁ ଥିଲୁ ପରୀ ଟେ ମୋ ସ୍ୱର୍ଗ ର

ଥିଲା ଯୋଉ ରାଜାର ନଅର

ହେଲା ଆଜି ଭଙ୍ଗା ବାଲିଘର 

  କହିବ କି ଭୁଲ ଥିଲା ମୋର?

        

       ଅକ୍ଷୟ କୁମାର ପଣ୍ଡା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance