Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Sarat Jal

Inspirational Others

2  

Sarat Jal

Inspirational Others

ଆସରେ ଗଢିବା ନୂଆଭାରତ

ଆସରେ ଗଢିବା ନୂଆଭାରତ

1 min
6.8K



ଆସରେ ଗଢିବା ନୂତନ ଭାରତ

ସଭିଏଁ ମିଳିତ ହେଇ

ନୂତନ ଚେତନା ନବୀନ ଭାବନା

ହୃଦୟେ ଉଠିବ ଚେଇଁ ॥


ଅଖଣ୍ଡ ଭାରତ ଖଣ୍ଡବିଖଣ୍ଡିତ

ହେବାକୁ ତ ଦେବାନାହିଁ

ମୁକ୍ତିର ବାରତା ସ୍ୱରାଜ୍ୟପତାକା

ଉଡି ବାଣ୍ଟୁଥିବ ଯହିଁ ॥


ହିନ୍ଦୁ,ମୁସଲମାନ,ଶିଖ୍,ଖ୍ରୀଷ୍ଟିୟାନ

ଭାଇଚାରା ଭାବ ନେଇ

ବଞ୍ଚିବା ମରିବା ଯାହାବି କରିବା

ଦେଶର ମାତୃକା ପାଇଁ ॥


ଦେଶର ଅଇରି ଜାତିର ବଇରୀ

ସମୂଳେ ବିନାଶି ଦେବା

ନୂତନଭାରତ ଦାୟାଦ ଆମେରେ

ଲକ୍ଷ୍ୟ ଆମ ମାତୃସେବା ॥


ସଚେତନଶୀଳ ଲୋକଶକ୍ତି ନେଇ

ଜାତୀୟସ୍ତରେ ଲଢିବା

ଜାତୀୟ ସ୍ୱାର୍ଥକୁ ଅଧିକାର ଦେଇ

ନିଜ ସ୍ୱାର୍ଥ ଦଳିଦେବା ॥


ସବୁ ମନେ ଖୁସି ସ୍ୱାସ୍ଥ୍ୟ,ଶିକ୍ଷା,କୃଷି

ନୂଆ ରୂପେ ଭେଟି ଦେବା

ଭ୍ରଷ୍ଟାଚାର,ବ୍ୟାଧି,ଦାରିଦ୍ର୍ୟତାଆଦି

ନଥିବ କେଉଁଠେ ସଦା ॥


ସଂପ୍ରଦାୟବାଦ ଆଉ ଜାତିଭେଦ

ସାଇବର ଅପରାଧ

ବ୍ୟାଙ୍କ ଠକେଇ ଦେବାକୁ ଦୂରେଇ

ହୋଇବା ସଂକଳ୍ପବଦ୍ଧ ॥


ନୂତନଭାରତ ନିର୍ମାଣ ପଥେ

ଅାସୁଯେତେ ବାଧାବିଘ୍ନ

ଡରିବାର ନାହିଁ ଚାଲରେ ଆଗେଇ

ଆଜିପରା ଶୁଭଲଗ୍ନ ॥


ଶୁଭ ଅବସରେ ଜନନୀ ଆମକୁ

ଦେବେ କୋଟି ଆଶୀର୍ବାଦ

ଅମା ଅନ୍ଧକାର ଅପସରି ଯିବ

ଚାଖିବା ସ୍ୱାଧିନ ସ୍ୱାଦ ॥


ତେବେ ସବୁସ୍ୱପ୍ନ ସାକାର ହୋଇବ

ହସିବ ଭାରତଭୂଇଁ

ମହାତ୍ମା ସକଳ ନୂଆଭାରତକୁ

ଖୁସିରେ ଆସିବେ ଧାଇଁ ॥


ଶରତ ଚନ୍ଦ୍ର ଜାଲି

ତା:୧୫/୦୮/୦୧୮


Rate this content
Log in