ଆଶାର ଆଲୋକ ସବୁଜ
ଆଶାର ଆଲୋକ ସବୁଜ
ପ୍ରକୃତିର ସବୁଜିମା ଫୁଟିଉଠେ ଶରତର ଆଗମନେ
ଶସ୍ୟ ଶ୍ୟାମଳା ଧରିତ୍ରୀ ମନ ଟାଣେ ଦୃଷ୍ଟି ନିକ୍ଷପନେ l
ଚକ୍ଷୁ ଯୁଗଳ ହୁଏ ପରିପୁଷ୍ଟ ସବୁଜିମାର ଚିର ଦର୍ଶନେ
ବିଧାତା ଗଢ଼ନ୍ତି ସ୍ୱର୍ଗ ରାଜ୍ୟ ବିଶ୍ୱେ ସବୁଜ ଦଣ୍ଡ ଧରଣେ l
ସବୁଜ ପ୍ରାନ୍ତର ଦୂରୁ ଦର୍ଶକ ଚିତ୍ତକୁ କରେ ଉଦ୍ଭାସିତ
ବିରାଜମାନ ହୁଅନ୍ତି ସେଠାରେ ପ୍ରିୟ ପ୍ରାଣେ ଉନ୍ନତ l
ସବୁଜ ଆଲୋକର କ୍ଷୀଣ ଆଭା ନିଦ୍ରା ଦେବୀଙ୍କ ମିତ
ପଲଙ୍କ ଉପରେ ଶୟନରତ ନରନାରୀ ସୁସ୍ଵପ୍ନେ ପ୍ରୀତ l
ପ୍ରକୃତି ରାଣୀର ବସନ ଆଭୂଷଣେ ଫୁଟି ଉଠେ ଝଲକ
ସବୁଜ ବନାନୀ ଶୁକ ପକ୍ଷୀ ସ୍ଵରେ ଝଙ୍କାରେ ଆଶ୍ଵାସକ l
ଭଦଭଦଳିଆ କର୍କଶସ୍ଵରେ ଦେଖେଇ ହୁଏ ତା ସବୁଜିମା
ମନ ମୋହିନିଏ ସବୁଜ ପକ୍ଷ ତାର ଶିକାରେ କରିତକର୍ମା l
ସବୁଜ ପତ୍ର ଅଟେ ଜୀବନ ବିକାଶର ମୁଖ୍ୟ ସନ୍ତକ ସୂତ୍ର
ଅଜଣା ହୁଅନ୍ତି ବଣା ଜ୍ଞାନୀ ହୁଅନ୍ତି ଜୀବନ ସ୍ରୋତର ମିତ୍ର l
ସବୁଜ ସ୍ୟାହି ଶୋଭା ପାଏ ଅଧିକାରୀଙ୍କ ଲେଖନୀ ମୁନେ
ମନ କରି ପୁରନ୍ତା ସକାରାତ୍ମକ ଗୁଣେ ତନୁ ଭରା ଯୌବନେ l
ଉଗ୍ର ପ୍ରକୃତିକୁ ପ୍ରଶମିତ କରି ପୂର୍ଣ୍ଣ କରେ ମନେ ସୁଖ ଶାନ୍ତି
ସେଇ ଯେ ସବୁଜ ପତର ରଙ୍ଗ ଦୂରକରେ ସଦା ମନୁ ଭ୍ରାନ୍ତି l
ସବୁଜ କିଶଳୟ ମଣ୍ଡିତ ବୃକ୍ଷରାଜି ଉର୍ବର କରଣେ ଦୃଷ୍ଟି ଶକ୍ତି
ବୈଦିକ ଯୁଗରୁ ଅତ୍ୟାଧୁନିକ ଯୁଗ ଯାଏଁ କରେ ଜନମନ ତୃପ୍ତି l
ସବୁଜ ତୃଣ ଭୂମିରେ ପଦଚାରଣ ସଞ୍ଜ ସକାଳେ ଅମୃତ ସମ
ସଶକ୍ତି କରଣେ କାୟ ମନ ହୃଦୟ ବଢ଼ାଏ ମାନବୀୟ ପ୍ରେମ l
ନିରାଶାର ଅନ୍ଧକାର ପାରିବର୍ତ୍ତିତ ହୁଏ ଆଶାର ଆଲୋକେ
ଯେବେ ସବୁଜ ରଙ୍ଗର ଆଦର କରିଥାନ୍ତି ସଂସାରୀ ଲୋକେ l
ହାର୍ଦ୍ଦିକ ପ୍ରେମର ସନ୍ତକ ଏହି ଶାଶ୍ୱତ ରଙ୍ଗ ସବୁଜ ଚିରନ୍ତନ
ମାନବ ଜୀବନକୁ କରେ ସମୃଦ୍ଧ ଭାଇ ଚାରାରେ ଆକଳନ l
ରବିଦତ୍ତ ଜାଗତିକ ସପ୍ତ ରଙ୍ଗର ସମାହାର ମାନବ ଜୀବନେ
ପ୍ରତି ରଙ୍ଗ ତାର ମହତ୍ତ୍ୱ କରେ ପ୍ରକାଶ ଗିରି ନଦ ଓ କାନନେ l
