STORYMIRROR

Sunita Panda

Inspirational Others

3  

Sunita Panda

Inspirational Others

ଆଶା ଓ ଭରସା

ଆଶା ଓ ଭରସା

1 min
372


ମାଆ ନାହିଁ ତ ସାହା ନାହିଁ,

ମାଆ ନାହିଁ ତ ଛୁଆର ସୁରକ୍ଷା କାହିଁ?

ମାଆ ନାହିଁ ତ ଜଗତ ନାହିଁ,

ମାଆ ବିନା ଛୁଆର ଯତ୍ନ ବା କାହିଁ?

ଗରୀବ ମା'ଟି ବସିଛି ରାସ୍ତାରେ ଶିଶୁକୁ ଜାକି,

ଚିରା ପରଣତରେ ତା' ଦେହକୁ ଢାଙ୍କି।

ହାଡଭଙ୍ଗା ଶୀତରେ ଛୁଆକୁ ଜାବୁଡି ଧରି,

ଛାତି ଫାଟିପଡେ କୋହରେ ତା'ରି।

ବୁଢି ବୟସେ ହୋଇଛି ତା' ବିଶିକେଶନ,

ଏକଇ କୁମର କୁଳ ନନ୍ଦନ।

ଭୋକଶୋଷରେ ତା' ପୋଡୁଛି ପେଟ,

ଛାତିରୁ ଝରାଏ ଶ୍ବେତ ରକତ।

ମାଆ ପରା ଅଟେ ଜଗତ କର୍ତ୍ତା,

ବୁଝିପାରିବନି କି ସେ ଛୁଆର ବ୍ଯଥା?

ମୁଣ୍ଡ ଗୁଞ୍ଜିବାକୁ ବାସଟେ ନାହିଁ,

ତଥାପି ଲଢୁଛି ନିଜ ଛୁଆକୁ ନେଇ.।

ପୁଅର ମୁହଁକୁ ଚାହିଁ ଧରିଛି ଦମ୍ଭ,

ଯେତେ ଦୁଃଖ ଆସୁ ସହିବ ସର୍ବ।

ଭାବୁଛି ନିଶ୍ଚୟ ସକାଳ ହେବ,

ଦିନେନା ଦିନେ ତା' ଦୁଃଖ ହଟିବ।

ଭଗବାନଙ୍କଠାରେ କରିଛି ଆଶା,

ମିଳିବ ତାହାକୁ ସାହା ଭରସା।

ସକାଳ ସୂର୍ଯ୍ୟକୁ ରହିଛି ଚାହିଁ,

ଅନ୍ନ, ବସ୍ତ୍ର, ବାସ ଖୋଜିବା ପାଇଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational