STORYMIRROR

Santosh Kumar Ojha

Inspirational Others

4  

Santosh Kumar Ojha

Inspirational Others

ଆସ ଲଗେଇବା ଗଛ ଟିଏ

ଆସ ଲଗେଇବା ଗଛ ଟିଏ

1 min
347

ନିଧି ମଉସାକୁ

ପଚାଶ ପୁରିକି

ବୟସ ହେଲାଣି ଷାଠିଏ

ନିଇତି ସକାଳେ

ପିଜୁଳି ଖାଉଛି

ପଇଡ଼ ପିଉଛି ମାଠିଏ 

ଲାଳ ଗଡ଼େଇଲେ

କି ହେବ ମନୁଆ

ଆସ ଲଗେଇବା ଗଛ ଟିଏ

ଖାଇବାକୁ ଯଦି ଇଛା ଥାଏ ।


ନଡ଼ିଆ କଞ୍ଚିରେ 

ଝାଡ଼ୁ ବନେଇଛି

ଖଜୁରୀ ପିଞ୍ଛରେ ଛାଞ୍ଚୁଣି

ନଡ଼ିଆ କତାରେ

ପାପୋଚ୍ଛ୍ ବୁଣିଛି

ବାହୁଙ୍ଗାରେ କରେ ଛାଉଣି

କେଡ଼େ ବୁଦ୍ଧିମାନ ଦେଖ ସିଏ

ଆସ ଲଗେଇବା ଗଛ ଟିଏ ।


କୋଷ୍ଠ କାଠିନ୍ୟରେ

ଗଡ଼ୁ ଥିଲା ଅଜା

ବଇଦ ଡାକ୍ତର ଥକିଲେ

ଔଷଧ କାଟୁ 

କଲାନି ବୁଢ଼ାର

ଚାରିଆଡ଼େ ଯାଇ ଠକିଲେ

ଏବେ କିନ୍ତୁ ଅଜା ଭଲ ଅଛି ଯହୁଁ

ବେଲ ପଣା କରି ନିତି ପିଏ

ଆସ ଲଗେଇବା ଗଛ ଟିଏ ।


ବାୟୁ ମଣ୍ତଳକୁ

ସଫା ରଖିବାକୁ

ଅମ୍ଳଜାନ ଦରକାର ହୁଏ

ସେଇ ଅମ୍ଳଜାନ 

ରଖଇ ଜୀବନ

ଗଛ ବୃଛ ଠାରୁ ଆସି ଥାଏ

ସେଥି ପାଇଁ ସିନା

ନେତି ବୋଉ ନିତି

ଚଉଁରା ମୂଳରେ ସଂଜ ଦିଏ

ଆସ ଲଗେଇବା ଗଛ ଟିଏ ।


ଫି ବରଷକୁ

ସନିଆ ଚମାର

ମାଟି ବନ୍ଧ ବାନ୍ଧି ଥକି ଯାଏ

ବନ୍ଧ ପାଖେ ପାଖେ

ଗଛ ନାହିଁ ବୋଲି

ନଈ ପାଣି ସବୁ ଧୋଇ ନିଏ

ମୁଣ୍ତକୁ ବୁଦ୍ଧିଟେ ଦେଲା କିଏ

ପଲ୍ଲି ସଭା ଡାକି 

କହିଲା ସଭିଙ୍କୁ

ଆସ ଲଗେଇବା ଗଛ ଟିଏ ।


ଆମ ଗାଆଁ ଶେଷ

ନିଛାଟିଆ ବିଲେ

ଜେଜେ ପୋତି ଥିଲେ ଗଛ ଟିଏ

ଗାଈଆଳ ଟୋକା 

ଗାଈ ଜଗି ଗଲେ

ଗଛ ମୂଳେ ଟିକେ ବସି ଯାଏ

ମନେ ମନେ ବସି ଭାବୁ ଥାଏ

ଛାଇ ତ ମିଳିଲା

ଖରା ଦିନଟାରେ

ନମିଳୁ ପଛକେ ଫଳ ଟିଏ

ଆସ ଲଗେଇବା ଗଛ ଟିଏ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational