STORYMIRROR

Sasmita Mahala

Classics Inspirational

4  

Sasmita Mahala

Classics Inspirational

ଆମ ରଜ

ଆମ ରଜ

1 min
237


ପରମ୍ପରା କହେ  ରଜ ଅଟେ ପରା

   କୃଷି ଭିତ୍ତିକ ପରବ

ମଉସୁମୀ ଆସି କାନେ କହିଯାଏ

  ଧରଣୀ ସିକ୍ତ ହୋଇବ ll1ll

ପ୍ରକୃତିର ସାଥେ ପୁରୁଷ ମିଳନେ

  ପ୍ରକୃତି ପୂର୍ଣ୍ଣାଙ୍ଗ ହେବ

ଗ୍ରୀଷମ କଷଣ  ଚାଲିଯିବ ପୁଣି

  ଶ୍ୟାମଳିମା ଭରିଦେବ ll2ll

ତାର ପରଶରେ ରଜ ସ୍ୱଳା ହୋଇ

    ଫୁଲ ଫଳ ସବୁ ଦେବ

ଜୀବ ଜନ୍ତୁ ବୃକ୍ଷ ମାନବ ସହିତେ

  ସଭିଙ୍କ ମନ ତୋଷିବ ll3ll

ଆମ ଓଡ଼ିଆଙ୍କ ଗରବ ଗୌରବ

  ରଜ ପରବଟି ଅଟେ

କେତେ ପିଠା ମିଠା ଖିଲି ପାନ ଦେଇ

   ଭାଇଚାରା ସିଏ ବାଣ୍ଟେ ll4ll

ଯାହାର ଠାକୁର ଜଗତର ନାଥ

   ଜଗତ କୁ କହେ ରଖ

ବିଶ୍ୱେ ମୈତ୍ରୀ ଭାବ ଫିକା ପଡ଼ିଲାଣି

  ଓଡ଼ିଆଙ୍କ ଠାରୁ ଶିଖ ll5ll

ଓଡ଼ିଆ ଜାତିର  ଧରମ ପରବେ

   ତା ସଂସ୍କୃତି କଥା କହେ

ଆପଣାର କରି  ଜଗତେ ସଭିଙ୍କୁ

 ଆତିଥ୍ୟରେ ମନ ମୋହେ ll6ll

ଆଜି ସିନା ଦୁଃଖ ଦେଇଛି କରୋନା

    କାଲି ନିଶ୍ଚେ ହଟିଯିବ

ପରମ୍ପରା ଆମ   ବଞ୍ଚି ରହିଥିବ

  ଏକଥା ଆନ ନ ହେବ ll7ll

ଆମର ସଂସ୍କୃତି  ନୁହେଁ ତ ଦୁର୍ବଳ

   ଏହି ଯେ ଆମର ଭାଗ୍ୟ

ଆମ ପର୍ବ ଧର୍ମ   ସଂସ୍କୃତି ସାହିତ୍ୟ

  ବଞ୍ଚି ରହୁ ଯୁଗ ଯୁଗ ll8ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sasmita Mahala

ଆମ ରଜ

ଆମ ରଜ

1 min ପଢ଼ନ୍ତୁ

Similar oriya poem from Classics