STORYMIRROR

ସୁଧିର କୁମର ତରାଇ

Abstract Others

3  

ସୁଧିର କୁମର ତରାଇ

Abstract Others

ଆମ ଗାଁ ନଈ

ଆମ ଗାଁ ନଈ

1 min
344

ସନ୍ତାପିତ ଉତ୍ତାଳ ଜଳ

ଅପୂର୍ଣ୍ଣ ତା ଉଦର

ଢେ଼ଉରେ ଅସ୍ପଷ୍ଟ ଉର୍ମିଳ

କ୍ଷୁଧାତୁର ନକରେ ପାନ ତା ଜଳ

ଅଭିସମ୍ପାତ କରିଛି କାରଖାନା ମଳ।।


କ୍ଳାନ୍ତ କବାରୀର ସ୍ରୋତ

ନାହିଁ ଗୋଚର ପୃଷ୍ଟ

ସାଜିଛି ସେ ବାଲି ଘାଟ

ଅଦୃଶ୍ୟ ଗାଈ ଗୋଠ

ଶୁନ୍ୟ ତା ଗାଧୁଆ ତୁଠ

ମଦ୍ୟପ କରେ ସେଠି ନାଟ

ନାହିଁ ସେଠି ତରଣୀର ତଟ

ଶୁଭୁନି ନାଉରୀ ଡାକ

ଜୀବିକା ତର ଲୁପ୍ତ।।


ଉଡୁନି ମାଛ ରଙ୍କା ପକ୍ଷୀ

ବୁଡୁନି ପାଣିକୁଆ ସେଠି

ଖେଲୁନି ମିନ ଲାଞ୍ଜ ପିଟି

ବସୁନି ବକ ଥଣ୍ଟ ଟେକି

ଗୁଞ୍ଜରଣ କରେ ବାଲି ମାଫିଆ ପାଟି।।


ଲୁପ୍ତ କାଶତଣ୍ଡି ଫୁଲ

ଅଦୃଶ୍ୟ ଧୀବର ଜାଲ

ଭାସୁନି ମଇଁଷି ପଲ

ଲମ୍ବିଛି ସୁଦୃଢ଼ ପୋଲ।।


ଆସୁନି ନବ ବଧୂ ଗାଧେଇ

ମସ୍ତକେ ହାତେ ଓଢଣା ଦେଇ

ଭଗିନୀ ପୂଜୁନି ବାଲୁକା ସେଠି

ଜହ୍ନି କାକୁଡି ଫୁଲ ସଜେଇ

ଲୁପ୍ତ ବୋଇତ ବନ୍ଦାଣ

ଦୁବ ବରକୋଳି ପତ୍ର ପକାଇ

ନାହିଁ କଦମ୍ବ ଛାଇ

ଅପେକ୍ଷା କରୁନି ପ୍ରେମିକ ପ୍ରୀୟତମାକୁ ଚାହିଁ

ପାଲଟିଛି ତୀର ପଥର ଛଇ

ବହିଚାଲିଛି ଆମ ଗାଁ ନଈ

ବୁକୁରେ କୋହ କୁଡ଼କୁ ବୋହି

ଜୀବନ୍ତ ମୃତ ହେଇ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from ସୁଧିର କୁମର ତରାଇ

Similar oriya poem from Abstract