STORYMIRROR

Asish Mohapatra

Inspirational

2  

Asish Mohapatra

Inspirational

ଆକାଂକ୍ଷା

ଆକାଂକ୍ଷା

1 min
5.2K


ଜଣାନାହିଁ କାଲି କଣ ଅଛି !!

ଗଲାକାଲି ର ମେଘ ଅପସରି

ଆକାଶ ଲାଲ୍ ଦିଶଇ ସିନ୍ଦୁରା ଫାଟି


ଆଶାମାନେ କାଲି ପାଇଁ

କାଟନ୍ତି ଅଧା ଉଜାଗର ରାତି

ବୀଜ ଟିଏ ହସିଦିଏ

ଅଙ୍କୁର ଦିଶେ ହାତ ଗୋଡ଼ ମେଲି

ଦ୍ବିପତ୍ରରୁ ଶୁଭେ ଦ୍ରୁମର ଦ୍ବିଶଙ୍ଖ ଧ୍ବନି

ମଉଳା ଫୁଲ ପାଶେ ଗଜୁରେ କଢି

ଆଶା ମାନେ କଅଁଳ ପଲ୍ଲବ

ପତ୍ର ଝରା ପରେ ଓହଳି ପଡନ୍ତି

ଗଛର ବେକରେ ଗେହ୍ଲାହେଇ


ଶୁଣ ବାରେ କାନଡେରି

ପ୍ରତି ଜୀବନର ଅନ୍ତ ପରେ

ଶିଶୁର ଦରୋଟି କାନ୍ଦ ଶୁଭୁଛି

ପ୍ରତିଟି ଦୀପ ଲିଭିଲା ପରେବି

ନୂତନ ଦିହୁଡି ଜଳୁଛି


ରଙ୍ଗ ଦେଖିବ ଯଦି

ଅପେକ୍ଷା କର ହେବ ରୂପାନ୍ତର

ସଁବାଳୁଆରୁ ପ୍ରଜାପତି

ବହଳ ଆଶା ଜମାଟ ବାନ୍ଧି

ବେଦନା ବ୍ୟଥାର ଗର୍ଭ ଚିରି

ଶୁଭିବ ଆକାଂକ୍ଷାର କୁଆଁ କୁଆଁ ଗୀତି


ପ୍ରତି ମୁହୂର୍ତ୍ତରେ ଅହରହ

ଆକାଂକ୍ଷାର ଡାକ ଶୁଭୁଛି

ଆସୁଛି !! ଆକାଂକ୍ଷା ଆସୁଛି !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational