STORYMIRROR

Asish Mohapatra

Others

3  

Asish Mohapatra

Others

ସବୁଦିନ ତ ମା' ଏମିତି

ସବୁଦିନ ତ ମା' ଏମିତି

1 min
366


ସବୁଦିନ ତ ମା' ଏମିତି

ପିଲାର ଖୁସିରେ

ରୌଦ୍ର ଶ୍ରାବଣ କି ଶୀତରେ

ଉହାଡିପାରେ ତା ପଣତକାନି


ହେଇ ଦେଖୁନ

ସେଠି କେମିତି

ଦୋକାନ ପିଣ୍ଡାରେ ଥରିଥରି

ଶିଶୁକୁ ଜାକିଧରି ବାଘକୁ ମଣକରି

ମା' ଟିଏ ବସିଛି

ବିନା ଉଷୁମ ଲୁଗାରେ

ହାଉଁ ହାଉଁ ହାଡଭଙ୍ଗା ଶୀତକୁ

ଜବାବ୍ ଦେଉଛି


କହି ରଖିଛି ବାଘକୁ

ଶିଶୁର ଉଷୁମ ହସଟିଏ

ଯେ ଯାଏଁ ନଉଇଁଛି

ଘୋଡେଇ ରଖିଲି କାନି

ଚୁପ୍ ଚାପ୍ ଥା

ଟିକିଏ ଉଁ ଚୁଁରେ

ନିଜ ଅସହାୟତାରେ

ପିଇଯିବି ରକ୍ତ ତଣ୍ଟି ବିଦାରି


ଡାକ ପକାଉଛି ସକାଳକୁ

କଅଁଳ ଶିଶୁ କାନ୍ଦି କାନ୍ଦି ଶୋଉଛି

ସଅଳ ଆସିଯା ଦେଖିବୁ

ମା'ଟିଏ ତା କାନିରେ

ଶୀତକୁ ଅଟକେଇ ରଖିଛି ।।


ଆଶିଷ ମହାପାତ୍ର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍